Latest Odisha News

BREAKING NEWS

ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ସଂକ୍ରମିତ

ଇସଲାମାବାଦ: ପାକିସ୍ତାନରେ ଏବେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟମ ‘ଡନ୍‌’ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଗିଲାନୀଙ୍କ ପୁଅ କାସିମ୍ ଗିଲାନୀ ପ୍ରଥମେ ଏସମ୍ପର୍କରେ ଟ୍ୱିଟ୍ ମାଧ୍ୟମରେ ଜଣାଇଥିଲେ । ସେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଏବଂ ତାଙ୍କର ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ଏପରିକି ତାଙ୍କ ବାପା କରୋନା ରୋଗରେ ପୀଡ଼ିତ ହୋଇପଡ଼ିଥିବା ଯୋଗୁଁ ଇମ୍ରାନଙ୍କୁ ଦୋଷାରୋପ କରିଛନ୍ତି । “କାସିମ୍ ଶନିବାର ଦିନ ଟ୍ୱିଟ୍ କରି ଇମ୍ରାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ, ଇମ୍ରାନ ଖାନ ସରକାର ଏବଂ ନ୍ୟାସନାଲ୍ ଆକାଉଣ୍ଟିବିଲିଟି ବ୍ୟୁରୋଙ୍କୁ ଧନ୍ୟବାଦ ! ଆପଣ ମୋ ବାପାଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଇଛନ୍ତି । ବାପାଙ୍କୁ କରୋନା ସଂକ୍ରମିତ ହୋଇଛି । ମୁଁ ଓ ବାପା ଉଭୟେ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ।”

ଏଠାରେ ଉଲ୍ଲେଖଯୋଗ୍ୟ, ନ୍ୟାସନାଲ୍ ଆକାଉଣ୍ଟିବିଲିଟି ବ୍ୟୁରୋର ଏକ ଶୁଣାଣିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଗିଲାନୀ ଗୁରୁବାର ଦିନ ଯୋଗ ଦେଇଥିଲେ ।

ଏହି ଘଟଣା ନେଇ ଏବେ ପାକିସ୍ତାନର ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି । ଏପରିକି ସୋସିଆଲ୍ ମିଡ଼ିଆରେ ପାକିସ୍ତାନ ଜନସାଧାରଣ ଇମ୍ରାନ ଖାନ୍ ଏବଂ ତାଙ୍କ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.