Latest Odisha News

BREAKING NEWS

ଗୁଜରାଟରେ ୫.୫ ତୀବ୍ରତାର ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଗୁଜରାଟର ରାଜକୋଟ ଜିଲ୍ଲାରେ ରବିବାର ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିଚର୍ ସ୍କେଲରେ ୫.୫ ଥିବା ଜଣାପଡ଼ିଛି ।

ନ୍ୟାସନାଲ୍ ସେଣ୍ଟର୍ ଫର୍ ସିସମୋଲୋଜି (ଏନସିଏସ)ର ସୂଚନାନୁଯାୟୀ, ଏହି ଭୂମିକମ୍ପ ରାତି ୮ଟା ୧୩ ମିନିଟରେ ରାଜକୋଟର ଉତ୍ତର-ଉତ୍ତର ପୂର୍ବ ୧୨୨ କିଲୋମିଟର୍ ପରିବ୍ୟାପ୍ତ ଅଞ୍ଚଳରେ ଅନୁଭୂତ ହୋଇଛି । ଅହମ୍ମଦାବାଦରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିବାର ଖବର ମିଳିଛି ।

ଗୁଜରାଟର କଚ୍ଛ, ରାଜକୋଟ, ଅହମ୍ମଦାବାଦ ଏବଂ ପଟାନଠାରେ ଭୂକମ୍ପର ତୀବ୍ରତା ଜଣାପଡ଼ିଛି । ଭୂକମ୍ପ ସମୟରେ ଲୋକମାନେ ଘରୁ ପଦାକୁ ବାହାରି ଚାଲି ଆସିଥିଲେ ।

ଏହି ଭୂକମ୍ପରେ କୌଣସି ମୃତାହତ କିମ୍ବା କ୍ଷତି ହୋଇଥିବାର ଖବର ମିଳିନାହିଁ ।

Leave A Reply

Your email address will not be published.