Latest Odisha News

BREAKING NEWS

ଏବେ ମି-ଠୁ ଜାଲରେ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସ !

ଭୁବନେଶ୍ୱର: ବଲିଉଡ଼ ଅଭିନେତା ନାନା ପାଟେକର ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଅନୈତିକ ଆଚରଣ ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା ବହୁ ଚର୍ଚ୍ଚିତ ମି-ଠୁ ଆନ୍ଦୋଳନ । କିନ୍ତୁ ପ୍ରସିଦ୍ଧ ଓଡ଼ିଆ ଚିତ୍ରଶିଳ୍ପୀ ଯତିନ୍ ଦାସ ଜଣେ ଆଗଧାଡ଼ିର ସେଲେବ୍ରିଟି ଭାବେ ମି-ଠୁ ଜାଲରେ ପଡ଼ିବା ଏବେ ଏହା ଏକ ଆଲୋଚନାର ବିଷୟବସ୍ତୁ ପାଲଟିଛି ।

ଅଭିନେତ୍ରୀ ନନ୍ଦିତା ଦାସଙ୍କ ବାପା ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ଯତିନ ଦାସଙ୍କ ସହଯୋଗୀ ନିଶା ବୋରା ଯତିନଙ୍କ ଦ୍ୱାରା ଯୌନ ଶୋଷଣର ଶୀକାର ହୋଇଥିବା ଅଭିଯୋଗ କରିଛନ୍ତି ।

ଟ୍ୱିଟ୍ଟର୍ ମାଧ୍ୟମରେ ନିଶା ବୋରା ଯତିନ ଦାସଙ୍କୁ ତାଙ୍କ ପରିବାର ମାଧ୍ୟମରେ କିପରି ୨୦୦୪ ମସିହାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲରେ ପ୍ରଥମେ ଭେଟିଥିଲେ ତାହାକୁ ପ୍ରାଞ୍ଜଳଭାବେ କହିଛନ୍ତି । ଏହି ଅଭିଯୁକ୍ତ ଚିତ୍ରଶିଳ୍ପୀ ଜଣକ ତାଙ୍କୁ ତାଙ୍କର ସହଯୋଗୀ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ।

ଏହାପରେ, ନିଶା ବିଶିଷ୍ଟ ଚିତ୍ରଶିଳ୍ପୀଙ୍କୁ ତାଙ୍କ ଷ୍ଟୁଡ଼ିଓରେ ଭେଟିଥିଲେ, ଯେଉଁଠାରେ କି ସେ ନିଶାଙ୍କୁ ଜାବୋଡ଼ି ଧରିଥିଲେ ତଥା ବଳପୂର୍ବକ ଭାବେ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ ।

ନିଶା ଟ୍ୱିଟ୍ଟ୍ କରି ଲେଖିଛନ୍ତି, “ମୁଁ ଦିଲ୍ଲୀର ଖିରକି ଭିଲେଜରେ ଥିବା ଯତିନ ଦାସଙ୍କ ଷ୍ଟୁଡ଼ିଓକୁ ଗଲି । ମୁଁ ଠିକ୍ ଭାବେ କହିପାରିବିନି ସେତେବେଳେ କେତେଟା ବାଜିଥିଲା, ମାତ୍ର ଦିନ ଥିଲା । ସେ ହ୍ୱିସ୍କି ବୋତଲ ଖୋଲି ନିଜେ ପିଇଲେ ଏବଂ ମୋତେ ମଧ୍ୟ ପିଇବାକୁ ଅନୁରୋଧ କଲେ, କିନ୍ତୁ ମୁଁ ମନା କରିଥିଲି । କିନ୍ତୁ ତା’ପରେ କ’ଣ ହୋଇଥିଲା ମୁଁ ଭଲ ଭାବେ ଜାଣିଥିଲି, ସେ ମୋ ଉପରକୁ ଲମ୍ଫ ପ୍ରଦାନ କଲେ । ମୁଁ ତାଙ୍କ ବାହୁ ବେଷ୍ଟନୀରୁ ବାହାରି ଯିବାକୁ ଖୁବ୍ ଚେଷ୍ଟା କରିଥିଲି ଏବଂ ସଫଳ ମଧ୍ୟ ହୋଇଥିଲି । ତା’ପରେ ସେ ପୁଣି ଥରେ ସେହିଭଳି କରିବାକୁ ଚେଷ୍ଟା କରିବା ଆରମ୍ଭ କରିଦେଲେ ।

କିନ୍ତୁ ଏଥର ସେ ମୋ ଓଠରେ ଦୃଢ ଚୁମ୍ବନ ପରେ ଚୁମ୍ବନ ଦେବାକୁ ସଫଳ ହୋଇପାରିଥିଲେ । ମୁଁ ଏବେବି ସେହି ଘଟଣାକଥା ଅନୁଭବ କରିପାରୁଛି, ତାଙ୍କର ପାଚିଲା ଦାଢି ମୋ ମୁହଁରେ ବାଜୁଥିଲା ।

ମୁଁ ତାଙ୍କୁ ଠେଲି ଦେଲି ଏବଂ ତାଙ୍କଠାରୁ ଚାଲିଆସିଲି ।

 

ସେହି ମୂହୁର୍ତ୍ତରେ ସେ କହୁଥିଲେ, ଆସ, ଖୁବ ମଜା ହେବ, ଆସ, ଏହିପରି କିଛି କହୁଥିବାର ମୋର ଠିକ୍ ମନେ ଅଛି ।

ସେହି ସମୟରେ ସଠିକ୍ ମନେ ପଡୁନି ମୁଁ କିପରି ଖସି ଆସିଥିଲି କିନ୍ତୁ ମୁଁ ତାଙ୍କୁ ପଛରୁ ଠେଲି ଦେବାର ଠିକ୍ ମନେ ରହିଛି” ।

ନିଶା ଆହୁରି ମଧ୍ୟ କହିଛନ୍ତି, “ଏହି ଘଟଣା ପରେ ପରେ ତାଙ୍କ ଝିଅ ନନ୍ଦିତା ଦାସ ମୋତେ ଫୋନ କରି କହିଥିଲେ ତୁମ ପରି ଜଣେ ଆସିଷ୍ଟାଣ୍ଟଟିଏ ଯୋଗାଡ଼ କରିଦେବାକୁ ।

ମୋର ଠିକ୍ ମନେ ପଡୁଛି, ନନ୍ଦିତା ମୋ ସହିତ କଥା ହେବାବେଳେ ମୋତେ କିପରି ଲାଗୁଥିଲା, କଟା ଘା’ରେ ଚୂନ ଦେଲା ପରି ମୋତେ ଲାଗୁଥିଲା ।

ମୁଁ ସେହି ମଣିଷଟିକୁ କେତେ ଆଦର କରୁଥିଲି ତାଙ୍କର ଚିତ୍ରକଳା ଲାଗି ମାତ୍ର ସେହି ଘଟଣା ପରଠାରୁ ମୋ ମନରୁ ତାଙ୍କ ଉପରେ ଧାରଣା ବେଶ୍ ବଦଳି ଯାଇଥିଲା”ବୋଲି ଟ୍ୱିଟ୍ଟ୍ କରି ଏହା ଲେଖିଛନ୍ତି ।

Leave A Reply

Your email address will not be published.