ଭୁବନେଶ୍ୱର: ଲୋକମାନଙ୍କ ଆନ୍ତରିକ ସହଯୋଗ ଏବଂ ଧୈର୍ଯ୍ୟ ଯୋଗୁଁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଭିଡ-୧୯ ସ୍ଥିତି ଭଲ ରହିଛି ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କହିଛନ୍ତି।
ଆହୁରି ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ଜୀବନ ଏବଂ ଜୀବିକା ରକ୍ଷା ପାଇଁ କୋଭିଡ ପରିଚାଳନା ଲାଗି ସଠିକ୍ ରଣନୀତିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ପ୍ରତ୍ୟେକ ପଞ୍ଚାୟତରେ କୋଭିଡ କେୟାର ହୋମ ଗଠନ ଏବଂ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ୱାର୍ଡ ସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଡୋର ଟୁ ଡୋର ପଦକ୍ଷେପ ଦ୍ବାରା କୋଭିଡ-୧୯ ଉପରେ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି।
ଏହି ଅଭିଯାନରେ ଯୋଗଦେବାକୁ ଏବଂ ଭାଇରସକୁ ପରାସ୍ତ କରିବା ପାଇଁ ସେ ଲୋକଙ୍କୁ ଆହ୍ବାନ କରିଛନ୍ତି।
Comments are closed.