ପୁରୀ: ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେବ । କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ମାନିବାକୁ ପଡିବ। ଆଉ କୌଣସି ବିକଳ୍ପ ନାହିଁ । ରଥଯାତ୍ରା ନକରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏଭଳି ପ୍ରିତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ।
ଧାର୍ମିକ ଦୃଷ୍ଟିକୋଣରୁ କେମିତି ଯାତ୍ରାବିଧି ପାଳନ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଓ ପ୍ରଶାସନ ସହ ଏନେଇ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ଗଜପତି ମହାରାଜ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନେଇ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ଆଲୋଚନା ହେବ। ଶ୍ରୀମନ୍ଦିର ପରିଚାଳନା କମିଟି ସହ ବୈଠକ ହେବ। ଆଲୋଚନା ପରେ କଣ କରାଯିବ ସେନେଇ ନିଷ୍ପତ୍ତି ନିଆଯିବା ବୋଲି କହିଛନ୍ତି ଗଜପତି ମହାରାଜ।
Comments are closed.