Latest Odisha News

BREAKING NEWS

ଗଙ୍ଗାରେ ବିସର୍ଜନ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି

ଭୁବନେଶ୍ୱର : ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କଲେ ପରିବାର ଲୋକେ । ତାଙ୍କ ବାପା କେ କେ ସିଂହ, ଭଉଣୀ ଶ୍ୱେତା ସିଂହ କୀର୍ତ୍ତିଙ୍କ ସମେତ ପରିବାରର ଅନ୍ୟମାନଙ୍କ ଉପସ୍ଥିତିରେ ତାଙ୍କୁ ଏକ ଭାବପୂର୍ଣ୍ଣ ବିଦାୟ ଦିଆଯାଇଛି । ଏହା ପରେ ଅନ୍ୟ କାର୍ଯ୍ୟଗୁଡିକ ତାଙ୍କର ପାଟନା ସ୍ଥିତ ବାସଭବନରେ କରାଯିବ ।

ଆମେରିକାରେ ରହୁଥିବା ଶ୍ୱେତା ଗତ କାଲି ତାଙ୍କ ପାଟଣାସ୍ଥିତ ବାସଭବନରେ ପହଞ୍ଚିଛନ୍ତି ବୋଲି ଫେସବୁକରେ ପୋଷ୍ଟ କରିଥିଲେ । ସୁଶାନ୍ତଙ୍କୁ ତାଙ୍କ ଫ୍ୟାନମାନେ ଯେପରି ଭଲ ପାଉଥିଲେ ସେପରି ଭଲ ପାଆନ୍ତୁ । ଏଥି ସହ ଖୁସିରେ ତାଙ୍କୁ ବିଦାୟ ଦିଅନ୍ତୁ ବୋଲି ସେ ଲେଖିଥିଲେ ।

ଗତ ୧୪ ତାରିଖରେ ସୁଶାନ୍ତ ତାଙ୍କ ମୁମ୍ବାଇ ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ । ତାଙ୍କର ଶେଷକୃତ୍ୟ ପବନ ହଂସ ଶ୍ମଶାନରେ କରାଯାଇଥିଲା । ତେବେ କେଉଁ କାରଣରୁ ସୁଶାନ୍ତ ଆତ୍ମହତ୍ୟା କଲେ ତାହା ଏ ଯାଏଁ ଜଣାପଡିପାରିନାହିଁ । ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.