Latest Odisha News

BREAKING NEWS

ସୂର୍ଯ୍ୟପରାଗ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ

ଭୁବନେଶ୍ୱର: ସୂର୍ଯ୍ୟପରାଗ ପାଇଁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନୀତିନିର୍ଘଣ୍ଟ । ସମସ୍ତ ସେବାୟତ ଓ ନିଯୋଗଙ୍କ ସହ ଆଲୋଚନା ପରେ ଗୁରୁବାର ଦିନ ମନ୍ଦିର ପ୍ରଶାସନ ନିତିନିର୍ଘଣ୍ଟ ପ୍ରସ୍ତୁତ କରିଛନ୍ତି ।

ଆସନ୍ତା ରବିବାର ରାହୁ କଙ୍କଣ ଗ୍ରାସ ସୂର୍ଯ୍ୟୋପରାଗ ପାଇଁ ୨୦ ଓ ୨୧ ତାରିଖ ପାଇଁ ନିତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ପ୍ରସ୍ତୁତ ନିର୍ଘଣ୍ଟ ଅନୁସାରେ ୨୦ ତାରିଖ ରାତି ୧୦.୩୮ ମିନିଟ ସୁଦ୍ଧା ଠାକୁରଙ୍କ ସନ୍ଧ୍ୟା ଧୂପନୀତି ସମ୍ପାଦନ ହୋଇ ଏହା ପରଠାରୁ ବାକିସବୁ ନୀତି ବନ୍ଦ ରହିବ। ମନ୍ଦିର ପହଡ଼ ଖୋଲା ରହିବ ବୋଲି ସୂଚନା ମିଳିଛି ।

ଏହାପରେ ୨୧ ତାରିଖ ଦିନ ପରାଗ ସ୍ନାନ ପାଇଁ ମହାପ୍ରଭୁ ବିନ୍ଦୁ ସାଗରକୁ ବିଜେ କରିବେ। ସେଠାରେ ସ୍ନାନାଦି ନୀତି ସାରି ମହାଦେବ ପୁନଃ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଏହାପରେ ମନ୍ଦିରରେ ପରାଗ ଭୋଗ ନୀତି ସମ୍ପନ୍ନ ହେବ।
ଏହାପରେ ଅପରାହ୍ନ ୨ ଟା ୯ ମିନିଟରେ ଠାକୁରଙ୍କ ମହାସ୍ନାନ ନୀତି ସମ୍ପନ୍ନ ହେବ । ଏହାସହ ମଙ୍ଗଳ ଆଳତୀ, ଅବକାଶ ନୀତି କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Comments are closed.