Latest Odisha News

BREAKING NEWS

କୋଣାର୍କରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ୨ଜଣ ଅଭିଯୁକ୍ତ ଅଟକ

ପୁରୀ/କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୨ କିମି ଦୂରରେ ଥିବା ଏକ କମ୍ପେ୍ଲକ୍ସରେ ୧୦ ଦିନ ଧରି ଜଣେ ୨୫ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପୋଲିସ ଗୁରୁବାର ଦିନ ୨ଜଣଙ୍କୁ ଅଟକ ରଖିଛି ।

ପୁରୀ ଜିଲ୍ଲା ଅତିରିକ୍ତ ଏସପି ଗାଗାରିନ ମହାନ୍ତି କହିଛନ୍ତି, ୨ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ତଦନ୍ତ ଲାଗି ଅଧିକ ପଚରାଉଚରା କରୁଛି ।

କୋଣାର୍କର ଏକ କମ୍ପେ୍ଲକ୍ସରେ ଦୀର୍ଘ ୧୦ ଦିନ ଧରି ୬ଜଣ ବ୍ୟକ୍ତିଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହୋଇଥିବା ୨୫ ବର୍ଷୀୟା ବଙ୍ଗୀୟ ମହିଳାଙ୍କୁ ସ୍ଥାନୀୟ ବାସିନ୍ଦା ପୋଲିସ ଏବଂ ଦମକଳ ବାହିନୀ ଦ୍ୱାରା ଉଦ୍ଧାର କରିଥିଲେ ।

ଇତିମଧ୍ୟରେ ରାଜ୍ୟ କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ପୀଡ଼ିତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟି ସ୍ୱାସ୍ଥ୍ୟ ସମ୍ପର୍କରେ ପଚରାଉଚରା କରିଛନ୍ତି ।

ରାଜ୍ୟ କଂଗ୍ରେସ ମହିଳା ନେତ୍ରୀ ସୁମିତ୍ରା ଜେନା ଏବଂ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପୀଡ଼ିତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚରାଉଚରା କରିଛନ୍ତି ।

ପୀଡ଼ିତାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ଭେଟିବାପରେ ଉଭୟ ସୁମିତ୍ରା ଜେନା ଓ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାଜ୍ୟରେ ମହିଳାଙ୍କ ଉପରେ ଘଟୁଥିବା ହିଂସାବୃଦ୍ଧିକୁ ରୋକିବାରେ ରାଜ୍ୟ ପୋଲିସ ବିଫଳ ହୋଇଛନ୍ତି ବୋଲି ସମାଲୋଚନା କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଜଣେ ବଙ୍ଗୀୟ ମହିଳାଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୨ କିମି ଦୂର ଏକ ମାର୍କେଟ କମ୍ଲେକ୍ସର କୋଠରୀ ମଧ୍ୟରେ ରଖାଯାଇ ଜବରଦସ୍ତି ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିଲା ।

କୌଶଳକ୍ରମେ ମହିଳା ଜଣକ ସେହି ଘରର ଛାତ ଉପରକୁ ଆସି ଉଦ୍ଧାର କରିବାକୁ ଚିତ୍କାର କରିବାରୁ ଏହି ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା । ମହିଳା ଜଣଙ୍କ ସ୍ଥାନୀୟ ବାସିନ୍ଦା ତଥା ପୋଲିସ ସାହାଯ୍ୟରେ ଉଦ୍ଧାର ହୋଇଥିଲେ । ତେବେ ଦମକଳ ବାହିନୀର ସାହାଯ୍ୟରେ ଘରର କବାଟ ଭାଙ୍ଗି ମହିଳାଙ୍କୁ ମୂମୃଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ମହିଳାଙ୍କୁ ଉଦ୍ଧାର କରାଯିବା ସମୟରେ ମହିଳାଙ୍କ ଯୌନାଙ୍ଗରୁ ରକ୍ତ କ୍ଷରଣ ହେବା ସହିତ ସେ ଯନ୍ତ୍ରଣାରେ ଅସହ୍ୟ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା ଏବଂ ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରୀତ କରାଯାଇଥିଲା । କଲିକତା ହାଓଡ଼ା ଅଞ୍ଚଳର ଏହି ମହିଳାଙ୍କ ଜଣେ ସମ୍ପର୍କୀୟ ତାଙ୍କୁ ଏଠାରେ ଚାକିରି ଦେବା ବାହାନାରେ ଆଣି ଗୋଟିଏ କୋଠରୀରେ ରଖିଥିଲେ ।

Leave A Reply

Your email address will not be published.