Latest Odisha News

BREAKING NEWS

ରଥଯାତ୍ରା ପାଇଁ ସତର୍କତା ପଦକ୍ଷେପ ସହିତ ରାଜ୍ୟ ସରକାର ପୁରୀରେ ଦିନେ କର୍ଫ୍ୟୁ ଜାରି କରିପାରିବେ : ଏସ୍‌ଜି ତୁଷାର ମେହଟ୍ଟା

ନୂଆଦିଲ୍ଲୀ : ପରମ୍ପରା ବଜାୟ ରଖି ସମସ୍ତ ସତର୍କତା ପଦକ୍ଷେପ ଅବଲମ୍ବନ କରି ପୁରୀରେ ରଥଯାତ୍ରା କରାଯାଇପାରିବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣ ବ୍ୟାପିବା ନେଇ ଯେଉଁ ଭୟ ରହିଛି ସେଥି ପାଇଁ ରାଜ୍ୟ ସରକାର ଚାହିଁଲେ ଗୋଟିଏ ଦିନ କର୍ଫ୍ୟୁ ଜାରି କରିପାରିବେ ବୋଲି ସେ କହିଛନ୍ତି ।

ଶହ ଶହ ବର୍ଷର ପରମ୍ପରା ବନ୍ଦ ନ ହେଉ । ଏହା କୋଟି କୋଟି ଲୋକଙ୍କ ଭାବାବେଗ ସହ ଜଡିତ । ଯଦି ଶ୍ରୀଜୀଉମାନେ ଆସନ୍ତାକାଲି ରଥକୁ ନ ଆସିବେ, ପରମ୍ପରା ଅନୁଯାୟୀ ଆଗାମୀ ୧୨ ବର୍ଷ ଯାଏଁ ବାହାରକୁ ଆସି ପାରିବେ ନାହିଁ ବୋଲି ଦର୍ଶାଇଛନ୍ତି ସଲିସିଟର ଜେନେରାଲ ତୁଷାର ମେହଟ୍ଟା ।

Leave A Reply

Your email address will not be published.