Latest Odisha News

ଗଂଜାମ ଜିଲ୍ଲାରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ ମନା

ଗଂଜାମ : ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କୁ ସରକାରୀ ଅଫିସ ଯିବା ନେଇ କଟକଣା ଜାରି ହୋଇଛି । ଆସନ୍ତା ୧୦ ଦିନ ଯାଏଁ ସମସ୍ତ ସରକାରୀ ଅଫିସକୁ ବନ୍ଦ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । କିଛି ବରିଷ୍ଠ ଅଧିକାରୀଙ୍କ କରୋନା ସଂକ୍ରମିତ ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ସମସ୍ତ ଅଫିସକୁ ଖୁବ୍ ଶୀଘ୍ର ସାନିଟାଇଜ କରାଯିବ ।

Comments are closed.