କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ରୋଗୀ କରୋନା ପଜିଟିଭ୍ ଚିହ୍ନଟ । ଏ ନେଇ ନିର୍ଦ୍ଦେଶକ ଲଲାଟେନ୍ଦୁ ଷଢଙ୍ଗୀ ସୂଚନା ଦେଇଛନ୍ତି । ଏହା ଜଣାପଡିବା ପରେ ଜରୁରୀକାଳୀନ ୱାର୍ଡକୁ ସିଲ୍ କରାଯାଇଛି ।
କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀ ଜଣଙ୍କ ଗଂଜାମର । ଗତ ୧୯ ତାରିଖରେ କେମୋ ଥେରାପି ପାଇଁ ତାଙ୍କୁ ଜରୁରୀକାଳୀନ ୱାର୍ଡରେ ରଖାଯାଇଥିଲା । ତାଙ୍କ ଠାରେ ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ କିମ୍ସ କୋଭିଡ ୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଜରୁରୀ କାଳୀନ ୱାର୍ଡକୁ ସିଲ୍ କରି ସାନିଟାଇଜ କରାଯିବ ।
ବର୍ତ୍ତମାନ ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କ ଓ କର୍ମଚାରୀଙ୍କର ସ୍ୱାବ ନମୁନା ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
Comments are closed.