ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୧୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୯୬୨ରେ ପହଞ୍ଚିଛି ।
ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।
6. Ganjam: 58
7. Cuttack: 5
8. Angul: 1
9. Balasore: 2
10. Dhenkanal: 7
11. Jajpur: 8
12. Puri: 8
13. Gajapati: 29
14. Sundargarh: 6
15. Kendrapada: 3
16. Sambalpur: 1
17. Bolangir: 11
18. Mayurbhanj: 7
19. NDRF Personnel: 6 (Returned from Amphan duty in WB)— I & PR Department, Odisha (@IPR_Odisha) June 25, 2020
ମିଳିଥିବା ସୂଚନାନୁଯାୟୀ ସମସ୍ତ ପଜିଟିଭଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୩୬ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି ।
ଏହାଛଡା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୧୮ ଜିଲ୍ଲାରୁ ଏହି ୨୧୦ ଜଣ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରାୟ ୯ଜଣ ଏନଡିଆରଏଫ୍ କର୍ମୀ ରହିଛନ୍ତି । ଯେଉଁମାନେକି ବାତ୍ୟା ଅମ୍ଫାନ ପୁନରୁଦ୍ଧାର ଲାଗି ପଶ୍ଚିମବଙ୍ଗ ଯାଇଥିଲେ । ଏହାବ୍ୟତିତ ପାଖାପାଖି ୧୩୫ ଜଣ ସୁସ୍ଥ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଓଡିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ । ସେଥିମଧ୍ୟରେ୧୮୧୫ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୪୧୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୧୭ ଜଣଙ୍କର ମୃତ୍ୟୁ ଘଟିଛି ।
Comments are closed.