ଭୁବନେଶ୍ୱର: ରଥଯାତ୍ରା ସୁରୁଖୁରୁରେ ସରିଲା । ଆଗକୁ ବାହୁଡା ଯାତ୍ରା । ରଥଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡା ଯାତ୍ରା ମଧ୍ୟ ଶୃଙ୍ଖଳାର ସହ ସାରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆଜି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ନେଇ ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ସମଗ୍ର ବିଶ୍ୱର ନଜର ଆମ ଉପରେ ରହିଛି । ତେଣୁ ଆମେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା । ରଥଯାତ୍ରା ଶୃଙ୍ଖଳାର ସହ ଆୟୋଜିତ ହୋଇଥିବାରୁ ସେବାୟତ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ସହଯୋଗ ପାଇଁ ପୁରୀ ବାସିନ୍ଦାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ କରୋନା ନେଗେଟିଭ୍ ଥିବା ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସେବା କରାଯାଉ । ରଥଯାତ୍ରା ଭଳି ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ କାର୍ଯ୍ୟକ୍ରମକୁ ଜନସାଧାରଣ କିଭଳି ଘରେ ବସି ଦେଖିବେ ସେନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସିଧାପ୍ରସାରଣର ବ୍ୟବସ୍ଥା କରୁ ।
BREAKING NEWS
- ରୋଲରକୁ ଧକ୍କା ଦେଲା ବସ୍, ୧୦ରୁ ଉର୍ଦ୍ଧ୍ବ ଆହତ
- ଛାଡପତ୍ର ଚର୍ଚ୍ଚା ଭିତରେ ଶେଷରେ ମୁହଁ ଖୋଲିଲେ ଅମିତାଭ ବଚ୍ଚନ, କହିଲେ….
- ବାଘ ଦେଖିବାକୁ ଯାଇ ୨ ଗାଇଡ ସମେତ ୪ ସସ୍ପେଣ୍ଡ
- ଜାଣନ୍ତୁ ପ୍ରାଚୀନ ଯୁଗର ସପ୍ତମ ଆଶ୍ଚର୍ଯ ବିଷୟରେ, ଯାହା ସମୟକ୍ରମେ ହୋଇଯାଇଛି ବିଲୁପ୍ତ ..
- ମଝି ସମୁଦ୍ରରେ ନୌସେନା ଜାହାଜ ସହ ପିଟିହେଲା ମାଛଧରା ବୋଟ୍
- କିଏ ଜିତିବ ମହାରାଷ୍ଟ୍ର? କଣ କହୁଛି ଶିବସେନାର କୁଣ୍ଡଳୀ
- ସୁକମାରେ ଏନକାଉଣ୍ଟର; ୧୦ ନକ୍ସଲ ନିହତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
- ଗୀତ ଗାଉ ଗାଉ ମଞ୍ଚ ଉପରେ ପଡିଗଲେ ଗାୟକ ଦିଲଜିତ
- ଯାଯାବର ଗଣହତ୍ୟା ମାମଲା, ୭ ଗିରଫ
- ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆଇଏମଡିର ସତର୍କ ସୂଚନା ଜାରି
Comments are closed.