Latest Odisha News

କ୍ରମାଗତ ବଢୁଛି ପେଟ୍ରୋଲ-ଡିଜେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ତୈଳଦର ଦିନକୁ ଦିନ ବଢୁଥିବା ବେଳେ ଶନିବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଥରେ ବୃଦ୍ଧି ଘଟିଛି।

BjdElectrycity

ସୂଚନା ଅନୁଯାୟୀ ଆଜି ପେଟ୍ରୋଲ ଲିଟର ପିଛା ପାଖାପାଖି ୦.୨୫ ପଇସା ବଢିଥିବାବେଳେ ଡିଜେଲ୍ ଲି. ପିଛା ୦.୨୧ ପଇସା ବଢିଛି।

ଏହାଫଳରେ ଆଜି ମୁମ୍ବାଇରେ ପେଟ୍ରୋଲ ୮୭.୧୪ ଟଙ୍କାରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ଏହା ଲିଟର ପ୍ରତି ୮୦.୩୮ ଟଙ୍କାରେ ପହଞ୍ଚିଛି।

ଏହି ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୦.୪୦ ଟଙ୍କାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ଲିଟର ପ୍ରତି ୭୮.୭୧ ଟଙ୍କାରେ ପହଞ୍ଚିଛି।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଆଜି ୮୦.୪୯ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଦର ଲିଟର ପ୍ରତି ୭୮.୧୯ ପଇସାରେ ପହଞ୍ଚିଛି ।

Leave A Reply

Your email address will not be published.