ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉମରକୋଟ୍ ବ୍ଲକରେ ତିନି ଦିନିଆ ସଟଡାଉନ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକେ ସାମାଜିକ ଦୂରତା ନିୟମ ଉଲଂଘନ ସହ ମାସ୍କ ପିନ୍ଧି ନାଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଶୁକ୍ରବାର ମଧ୍ୟରାତ୍ରିରୁ ଏହି କଟକଣା ଲାଗୁ କରାଯାଇଛି ଏବଂ ରବିବାର ମଧ୍ୟରାତ୍ର (ଜୁନ୍ ୨୯) ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଦେଇଥିବା ସୁଚନା ଅନୁସାରେ, ପ୍ରଶାସନ ଏହି ବନ୍ଦ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛି ଏବଂ କର୍ଫ୍ୟୁ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। “ମେଡିକାଲ ଜରୁରୀକାଳୀନ ଏବଂ ଦୁଗ୍ଧ ବିକ୍ରିକୁ ଅନୁମତି ଦିଆଯିବ” ବୋଲି ଜିଲ୍ଲାପାଳ କହିଛନ୍ତି ।
ସଟଡାଉନ ସମୟରେ ବାହାରେ ବୁଲାବୁଲି ନକରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଶୁକ୍ରବାର ଦିନ ନବରଙ୍ଗପୁର ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଏହି ଜିଲ୍ଲାରର ସାତଟି ସକ୍ରିୟ ମାମଲା ରହିଛି।
BREAKING NEWS
- ଭାରତ ଉପରେ ପଡ଼ିବ ବୋଝ; ୧୦୦% ଟାରିଫ୍ ଲଗାଇପାରେ ଆମେରିକା!
- ପୁଣି ଟାରିଫ୍ ଲଦିବ କି ଅମେରିକା ? US ହାଉସରେ ପାସ୍ ହେଲା ରୁଷ ସାଙ୍କସନ୍ ବିଲ୍
- ଏସିଆ ହକି ଚାମ୍ପିଅନସିପ: ଭାରତ ଆସିବାକୁ ପାକିସ୍ତାନର ନା
- ୭୬ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ

Comments are closed.