Latest Odisha News

BREAKING NEWS

ଲାଞ୍ଚ ନେବାବେଳେ ଧରାପଡିଲେ ମହିଳା ସରପଞ୍ଚ

କୋରାପୁଟ: ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ମୁଜାଙ୍ଗ ପଞ୍ଚାୟତର ମହିଳା ସରପଞ୍ଚ ରଇଲା ମାଝି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ତାଙ୍କୁ ଧରିଛି । ଅଧିକ ପଚରାଉଚରା ପାଇଁ ତାଙ୍କୁ ଜୟପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।

ସୂଚନା ଅନୁଯାୟୀ, ଏକ ଗାଁ ପୋଖରୀ କାମର ୱାର୍କ ଅର୍ଡର ଦେବା ପାଇଁ ରଇଲା ମୁଜାଙ୍ଗ ପଞ୍ଚାୟତର ଭକ୍ତଗୁଡା ଗାଁର ଗଙ୍ଗାଧର ସାଉନ୍ତାଙ୍କଠାରୁ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଗଙ୍ଗାଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ସକାଳେ କୋରାପୁଟ ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ସେମିଳିଗୁଡା ବ୍ଲକ ଭେଜାପୁଟ ସ୍ଥିତ ଭଡ଼ା ଘରେ ରଇଲା, ଗଙ୍ଗାଧରଙ୍କ ନିକଟରୁ  ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.