ପୋଲସରା: ଦୁଇଟି ବଳଦ ବଜ୍ରାଘାତରେ ଜିଅନ୍ତା ପୋଡି ମାରିଯାଇଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ । ସୂଚନାନୁସାରେ, ଢୁଙ୍କାପଡା ଗ୍ରାମର ବୃନ୍ଦାବନ ଦାସଙ୍କ ଦୁଇ ବଳଦ ତାଙ୍କ ଗୁହାଳ ମଧ୍ୟରେ ଥିଲେ । ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଚାଳ ଛପର ଗୁହାଳ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ନିଆଁ କରାଳ ରୂପ ଧାରଣ କଲା । ଏହି ନିଆଁରେ ଗୁହାଳ ଘରେ ଥିବା ଦୁଇ ବଳଦ ଜୀବନ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଏହି ଘଟଣାଟି ଅତ୍ୟନ୍ତ ହୃଦୟ ବିଦାରକ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଚାଷ କରି ପେଟ ପୋଷୁଥିବା ବୃନ୍ଦାବନ ଦାସ ଦୁଇଟି ବଳଦକୁ ହରାଇ ସର୍ବସ୍ୱନ୍ତ ହୋଇ ପଡିଛନ୍ତି । ବୃନ୍ଦାବନଙ୍କୁ ସରକାରୀ ସାହାଯ୍ୟ ଏବଂ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ।
BREAKING NEWS
- ଆଜି ମଧ୍ୟ ବେଆଇନ୍ କୋଇଲା ଖଣିରେ ଚଢ଼ାଉ ଜାରି
- ଆସନ୍ତାକାଲି ଶୁଭାରମ୍ଭ ହେବ ଆୟୁଷ୍ମାନ ଯୋଜନା: ବିଭିନ୍ନ ଜିଲ୍ଲା ପାଇଁ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ବ
- ରାଜ୍ୟରେ ୱାକଫ୍ ଝଡ: ‘ରହସ୍ୟମୟ’, କହିଲେ ଅମର ଶତପଥୀ
- କ୍ଷୀର, ଦହି ଓ ବିଦ୍ୟୁତ୍ ପରେ ବେଙ୍ଗାଲୁରୁରେ ବୃଦ୍ଧି ହେଲା ପାଣିର ମୂଲ୍ୟ
- ଠକେଇର ନୂଆ ଉପାୟ: ନିଜେ ଡ୍ରାଇଭର୍ ଓ ନିଜେ ଯାତ୍ରୀ ସାଜି କ୍ୟାବ୍ କମ୍ପାନୀକୁ ଲଗାଉଥିଲେ ଚୂନା
- ବାଲେଶ୍ୱରରେ କାର ଦୁର୍ଘଟଣାଗ୍ରସ୍ତ; ସୁନା ଅଳଙ୍କାର ସହ ୨.୪ ଲକ୍ଷ ନଗଦ ଟଙ୍କା ଜବତ
- ଦୋହା ଡାଇମଣ୍ଡ ଲିଗରୁ ନୀରଜଙ୍କ ଚଳିତ ସିଜନ ଆରମ୍ଭ
- କାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା, ଭେଟି ଦେବେ ଆୟୁଷ୍ମାନ ଭାରତ ସେବା
- ସର୍ବସାଧାରଣଙ୍କ ପାଇଁ ସଂରକ୍ଷିତ ଥିବା ଗୋଚର, ରକ୍ଷିତ ଜମି ବ୍ୟକ୍ତିଗତ ମାଲିକାନାକୁ ଯାଇପାରିବ ନାହିଁ: ହାଇକୋର୍ଟ
- ୧୬ ବର୍ଷ ପରେ ଭାରତରେ ପାଦ ରଖିବ ତହବୁର….ବୁଲେଟପ୍ରୁଫ୍ ଯାନରେ ଯିବ ତିହାର ଜେଲ୍
Comments are closed.