Latest Odisha News

BREAKING NEWS

ରାଜ୍ୟରେ ଦୁର୍ବଳ ହୋଇଛି ମୌସୁମୀ: ଜୁନ ମାସ ଶେଷ ୩ ଦିନ ଅଳ୍ପ ‌କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଦୁର୍ବଳ ଥିବାରୁ କିଛି କିଛି ସ୍ଥାନରେ ବର୍ଷା ହେଉଛି । ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ମଧ୍ୟ ଜାରି ରହିଛି।ଚଳିତ ବର୍ଷ ଠିକ୍ ସମୟରେ ମୌସୁମୀ ଓଡ଼ିଶା ସ୍ପର୍ଶ କରିଥିଲେ ମଧ୍ୟ ଜୁନ୍‌ ମାସରେ ମାତ୍ର ୭/୮ ଦିନ ମୌସୁମୀ ବର୍ଷା ହୋଇଛି। ଉପକୂଳ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହୋଇଥିବା ଜଣାପଡ଼ିଛି।

ଜୁନ ମାସର ଶେଷ ୩ ଦିନରେ ମଧ୍ୟ ଆଶାନୁରୂପକ ବର୍ଷା ହେବାର ମଧ୍ୟ ସମ୍ଭାବନା ନାହିଁ। କାଁ ଭାଁ କିଛି ସ୍ଥାନରେ ବର୍ଷା ହେବା ସହ ଗରମ ଓ ଗୁଳୁଗୁଳି ଲାଗି ରହିବ। ଉପକୂଳ ଓଡିଶା ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣ‌ର ବର୍ଷା ହେବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ଉତ୍ତର ଉପକୂଳ ଓଡ଼ିଶା ସମେତ ସୋନପୁର, ବୌଦ୍ଧ, ରାୟଗଡ଼ା, ଗଜପତି, କଳାହାଣ୍ଡି, ନୟାଗଡ଼, କନ୍ଧମାଳ, ଖୋର୍ଧା, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ସୋମବାର ଦିନ ତାରିଖ ଦିନ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଜୁଲାଇ ୧ ଓ ୨ ତାରିଖରେ ପାଗ ଶୁଖିଲା ରହିବ। ୩ ତାରିଖରୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ରାଜ୍ୟରେ ମୌସୁମୀକୁ ସକ୍ରିୟ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ।

Comments are closed.