Latest Odisha News

BREAKING NEWS

ବଜ୍ରପାତ ସହ ବର୍ଷା ସମ୍ଭାବନା; ଏହିସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବା ନେଇ ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ସନ୍ଧ୍ୟା ୭ଟା ସୁଦ୍ଧା ଯେଉଁସବୁ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବ ସେହି ଜିଲ୍ଲା ଗୁଡ଼ିକ ହେଲା – ଗଞ୍ଜାମ, ଗଜପତି, ସୋନପୁର, ବାଲେଶ୍ୱର, ଦେଓଗଡ଼, ସମ୍ବଲପୁର ଜିଲ୍ଲା ।

ସେହିପରି ରାଜ୍ୟର ଏହିସବୁ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି – ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ (କଟକ ସହର ସମେତ), ଖୋର୍ଦ୍ଧା (ଭୁବନେଶ୍ୱର ସହର ସମେତ), ବୌଦ୍ଧ, ମୟୂରଭଞ୍ଜ, ରାୟଗଡ଼ା, କଳାହାଣ୍ଡି, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ।

Leave A Reply

Your email address will not be published.