Latest Odisha News

ଦଳିଦେଲା ଦନ୍ତା ହାତୀ, ସୁନ୍ଦରଗଡରେ ଜଣେ ମୃତ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ମୋଦିପରା ଗ୍ରାମର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ମୃତକ ଜଣଙ୍କ ସେହି ଗ୍ରାମର ଗୋବର୍ଦ୍ଧନ ଲାକ୍ରା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଗୋବର୍ଦ୍ଧନ ନିଜ ଧାନ ବିଲକୁ ଜଗିବା ପାଇଁ ଯାଇଥିବାବେଳେ ଦୁର୍ଭାଗ୍ୟବଶତଃ ହାତୀପଲ ହାବୁଡରେ ପଡିଯାଇଥିଲେ । ଏହି ସମୟରେ ହଠାତ୍ ଗୋଟିଏ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ପାଖାପାଖି ୧୦ ଟି ହାତୀପଲ ରାଉରକେଲାର କଲୁଙ୍ଗାସ୍ଥିତ ସ’ମିଲ୍ ଅଞ୍ଚଳ ଦେଇ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନାରୁ ପ୍ରକାଶ ଯେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀପଲଙ୍କୁ ଘଉଡାଇଦେଇଛି ।

Leave A Reply

Your email address will not be published.