ପାରାଦୀପ: ପ୍ରେମକୁ ମିଳିଲାନି ସମାଜର ସ୍ବୀକୃତି, ଆତ୍ମହତ୍ୟାର ବାଟ ବାଛି ନେଲେ ପ୍ରେମୀ ଯୁଗଳ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଦୁଆଡିଆ ଗ୍ରାମରେ।
ସୂଚନା ମୁତାବକ ଦୁଆଡିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ ବେବିନା ଦାସ (୨୬) ଓ ସେହି ଗ୍ରାମର ନନ୍ଦକିଶୋର ପଲାଇ ଙ୍କ ପୁଅ ତୁଷାର ପଲାଇ (୨୨ ) ଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ତେବେ ଝିଅର ବୟସ ଅଧିକ ହୋଇଥିବା ଯୋଗୁଁ ଉଭୟ ପରିବାର ଏହାକୁ ସ୍ବୀକୃତି ଦେଇନଥିଲେ। ଏପରିକି ଅନ୍ୟ ସ୍ଥାନରେ ବେବିନାଙ୍କ ବାହାଘର କରିବା ପାଇଁ ବର ଦେଖା ସାରିବା ସହିତ ବୁଧବାର ନିର୍ବନ୍ଧ ପାଇଁ ଦିନ ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଘଟଣାକୁ ଉଭୟ ପ୍ରେମୀ ଯୁଗଳ ସଯ୍ୟ କରିନପାରି ଘରୁ ଫେରାର୍ ହୋଇଯାଇଥିଲେ। ଉଭୟ ପରିବାର ଖୋଜା ଖୋଜି କରୁଥିବା ବେଳେ ସନ୍ଧ୍ୟାରେ ଗ୍ରାମ ପାଖ ଏକ ଜଙ୍ଗଲିଆ ସ୍ଥାନରେ ଥିବା ଏକ ଡିମ୍ବିରି ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଘଟଣା ସଂପର୍କରେ କୁଜଙ୍ଗ ଥାନାକୁ ଖବର ଦିଆଯିବା ପରେ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସଂରକ୍ଷିତ ରଖିଛି ।ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
BREAKING NEWS
- ଭୂକମ୍ପରେ ଥରିଲା ଆସାମର ନାଗାଓଁ; ତୀବ୍ରତା ୪.୫…
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ

Comments are closed.