ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବିତିଗଲାଣି ୧୯ ଦିନ । ଏବେବି ମଧ୍ୟ ତାଙ୍କୁ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଚାରିଆଡେ ଜଷ୍ଟିସ ଫର୍ ସୁଶାନ୍ତ ବୋଲି ଟ୍ରେଣ୍ଡ ଚାଲିଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପ୍ରଶଂସକମାନେ ଅଭିଯୋଗ ଆଣୁଛନ୍ତି । ତେବେ ଏହାରି ଭିତରେ ମୁମ୍ବାଇ ପୋଲିସ ବିଭିନ୍ନ ଦିଗରୁ ଯାଂଚ ଜାରି ରଖିଛି । ଏହି କ୍ରମରେ ଆଜି ବାନ୍ଦ୍ରା ପୋଲିସ ନିର୍ଦ୍ଦେଶ ସଂଜୟ ଲୀଲା ଭଂସାଲୀଙ୍କୁ ସମନ ଜାରି କରିଛି । ତାଙ୍କୁ ପଚରାଉଚରା କରିବା ପାଇଁ ପୋଲିସ ଏହି ସମନ ଜାରି କରିଥିବା ଜଣାପଡିଛି ।
ସଂଜୟ ଲୀଲା ଭଂସାଲୀଙ୍କ ବ୍ୟତୀତ ଏଣ୍ଟରଟେନ୍ମେଂଟ ନ୍ୟୁଜ୍ ପୋର୍ଟାଲର ଜଣେ ସାମ୍ବାଦିକ ବିକ୍କି ଲାଲୱାନିଙ୍କୁ ମଧ୍ୟ ବ୍ରାନ୍ଦା ପୋଲିସ ଷ୍ଟେସନ୍କୁ ଡକାଯାଇଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରିବ । ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଜମ୍ ତଥା ପରିବାରବାଦକୁ ନେଇ ଚର୍ଚ୍ଚା ହେଉଥିଲା । ଆଉ ଏଥିରେ ବଲିଉଡର କେତକ ଷ୍ଟାର ଓ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ନାଁ ଯୋଡାଯାଇଥିଲା ।
Comments are closed.