Latest Odisha News

BREAKING NEWS

ହସ୍ପିଟାଲରେ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା

ଜଗତସିଂହପୁର: ସ୍ୱାମୀର ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ । ସ୍ୱାମୀର ମୃତ୍ୟୁକୁ ସହି ନପାରି ସ୍ତ୍ରୀ କଲା ଆତ୍ମହତ୍ୟା । ଏଭଳି ଦୁଃଖଦ ଘଟଣା ଘଟିିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହେବା ପରେ ତାଙ୍କ ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଏରସମା ବ୍ଲକ କଟିଜଙ୍ଗା ଗାଁର ନିର୍ଲିପ୍ତ ଭୋକ ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ସ୍ୱାଇଁ ।

ସୂଚନା ମୁତାବକ, ଗତ କାଲି ଉଭୟ ଜଗତସିଂହପୁର ଏସ୍‌ଭିଏମ କଲେଜରେ ପହଂଚି ପଞ୍ଜିକରଣ କରି ସ୍ୱାବ ଦେଇଥିଲେ। ଏମାନଙ୍କୁ କଲେଜ କ୍ଵରେଣ୍ଟାଇନ୍‌ରେ ରଖାଯାଇଥିଲା । ବିଳମ୍ବିତ ରାତିରେ ସ୍ୱାମୀର ଦେହ ଖରାପ ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଆଇସଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

ତେବେ ଆଜି ମଧ୍ୟାହ୍ଣରେ ହଠାତ ସ୍ୱାମୀ ନିର୍ଲିପ୍ତଙ୍କ ଛାତିରେ ଯନ୍ତ୍ରଣା ଅନୁଭଵ କରିଥିଲେ । ଏହାଦେଖି ସ୍ତ୍ରୀ ସୁଭଦ୍ରା ନର୍ସଙ୍କୁ ଡାକିଥିଲେ । ତେବେ କେହି ଆସିନଥିଲେ । ଏହାପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀର ମୃତ୍ୟୁ ଦେଖି ସ୍ତ୍ରୀ ମଧ୍ୟ ପ୍ରଥମେ ନିଜ ହାତକୁ ଏକ ଧାରୁଆ ଅସ୍ତ୍ରରେ କାଟିଥିଲେ ପରେ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.