Latest Odisha News

BREAKING NEWS

PoKରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିବା ସ୍ପେଶାଲ୍ ଫୋର୍ସ LACରେ ମୁତୟନ

ଜମ୍ମୁ କଶ୍ମୀର: ସୀମାରେ ଚକମା ଖାଇବ ଚୀନ୍ । ବିଶୃଙ୍ଖଳିତ ଡ୍ରାଗନକୁ ସାବାଡ କରିବାକୁ ଭାରତ କରୁଛି ରଣନୀତି । ଗଲଓ୍ୱାଟ ଘାଟି ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଚୀନକୁ କଡ଼ା ଜବାବ ଦେବା ପାଇଁ କେନ୍ଦ୍ର ସରକାର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି । ଏବେ ଲଦାଖରେ ମୁତୟନ ହୋଇଛନ୍ତି ସ୍ପେଶାଲ ଫୋର୍ସ ବା ସ୍ୱତନ୍ତ୍ର ବାହିନୀ । ଦେଶର ବିଭିନ୍ନ ସ୍ଥାନରୁ ପାରା ସ୍ପେଶାଲ୍ ଫୋର୍ସର ୟୁନିଟକୁ ଲଦାଖ ନିଆଯାଇଥିବା ସୂଚନା ମିଳିଛି ।

୨୦୧୭ରେ ପାକିସ୍ତାନ ବିରୋଧରେ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ସ୍ପେଶାଲ୍ ଫୋର୍ସ । ଏବେ ଚୀନ୍ ସେମିତି କିଛି ବଦମାସୀ କଲେ ସ୍ପେଶାଲ ଫୋର୍ସକୁ ଚୀନ୍ ବିରୋଧରେ ବ୍ୟବହାର କରାଯାଇପାର । ପୂର୍ବ ଲଦାଖଲେ ସେମାନେ ମୁତୟନ ହୋଇ ଅଭ୍ୟାସ ଚଳାଉଥିବା କୁହାଯାଉଛି ।

କେତେବେଳେ, କଣ କରିବାକୁ ହେବ ? ସୀମାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ କିଭଳି ଚୀନକୁ ଜବାବ ଦିଆଯିବ ? ସେସମ୍ପର୍କରେ ସେମାନଙ୍କୁ ଅବଗତ ବି କରାଯାଇଛି । ବର୍ତ୍ତମାନ ଭାରତରେ ୧୨ଟୁ ଅଧିକ ସ୍ପେଶାଲ୍ ଫୋର୍ସ ରେଜିମେଣ୍ଟ ରହିଛି । ଯେଉଁମାନେ ବିଭିନ୍ନ ସ୍ଥାନରେ ଟ୍ରେନିଂ ନେଉଛନ୍ତି । ଜମ୍ମୁ କଶ୍ମୀରରେ ନିୟୋଜିତ ସ୍ୱତନ୍ତ୍ର ବାହିନୀ ନିୟମିତ ଭାବରେ ଲେହ ଓ ଏହାର ଆଖପାଖ ଅଞ୍ଚଳରେ ସମରାଭ୍ୟାସ କରନ୍ତି।

Leave A Reply

Your email address will not be published.