Latest Odisha News

BREAKING NEWS

ରଥାରୂଢ ଶ୍ରୀଜଗନ୍ନାଥଙ୍କୁ ‘ରସଗୋଲା’ ଭୋଗ ଅର୍ପଣ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଅନ୍ତିମ ଦିବସରେ ଆଜି ପାଳିତ ହେଉଛି ନୀଳାଦ୍ରି ବିଜେ ନୀତି । ସୁସ୍ୱାଦୁ ରସଗୋଲାକୁ ଭାରି ଭଲ ପାଆନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଛେନାରେ ତିଆରି ରସଗୋଲା ମିଷ୍ଟାନ୍ନ ଓଡ଼ିଶାରେ ଅତି ଲୋକପ୍ରିୟ । ଓଡ଼ିଶାରେ ଏହି ମିଠାର ଜନ୍ମ ତଥା ଏହା ଓଡ଼ିଶାରୁ ବିଭିନ୍ନ ସ୍ଥାନକୁ ମଧ୍ୟ ପଠାଯାଇଥାଏ । ଆଜିର ଏହି ପବିତ୍ର ନୀଳାଦ୍ରି ବିଜେ ଉତ୍ସବରେ ରସଗୋଲା ଖୁଆଇ ପ୍ରାଣପ୍ରିୟା ପତ୍ନୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ । ରାଗ ଅଭିମାନରେ ଜର୍ଜରିତ ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ସମସ୍ତ ରୋଷକୁ ମହାପ୍ରଭୁ ରସଗୋଲା ଖୁଆଇ ଭୁଲାଇ ଦେବେ । ମାଆ ଠାକୁରମାନଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନେବେ ।

ଆଜି ଶ୍ରୀକ୍ଷେତ୍ରରେ କରୋନା କଟକଣାକୁ ପାଳନ କରାଯାଇ ନୀଳାଦ୍ରି ବିଜେ ନୀତି ପାଳନ କରାଯାଉଛି ।

ଆଜି ମଧ୍ୟାହ୍ନରେ ସେବାୟତ ତଥା ଶ୍ରୀମନ୍ଦିରର ବିଭିନ୍ନ ସେବକମାନେ ରଥାରୂଢ ଶ୍ରୀଜୀଉମାନଙ୍କୁ ସୁସ୍ୱାଦୁ ରସଗୋଲା ଭୋଗ ଅର୍ପଣ କରିଛନ୍ତି ।

ଆଜି ବଡ଼ଦାଣ୍ଡରେ ରଥରେ ଥିବା ଠାକୁରମାନଙ୍କୁ ରସଗୋଲା ଭୋଗ ଅର୍ପଣ କରାଯିବାର ଏକ ପ୍ରଚଳିତ ପରମ୍ପରା ରହିଛି । ଶ୍ରଦ୍ଧାଳୁମାନେ ରଥାରୂଢ ଭଗବାନଙ୍କୁ ରସଗୋଲା ଭୋଗ ଅର୍ପଣ କରି ନିଜକୁ ଧନ୍ୟ ମନେ କରିଥାଆନ୍ତି ।

Leave A Reply

Your email address will not be published.