Latest Odisha News

ରାଜ୍ୟର କରୋନା ହଟସ୍ପଟ ଜୋନରୁ କଟକ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନ୍

କଟକ: ମହାନଗର ନିଗମ ଅଞ୍ଚଳରେ କରୋନା କେସ୍ ବଢୁଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଜାରି କରିଛି ସିଏମସି । ଏଣିକି ରାଜ୍ୟର କରୋନା ହଟସ୍ପଟ୍ ଜିଲ୍ଲା ଓ ଅଞ୍ଚଳରୁ କଟକ ସହର ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ଏନେଇ ସିଏମସି ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।

ରାଜ୍ୟର କରୋନା ହଟସ୍ପଟ ୫ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି ଓ ବାଲେଶ୍ୱର ଜିଲ୍ଲାରୁ କୌଣସି ଲୋକ କଟକ ଫେରିଲେ ହୋମ୍ କ୍ୱାରେଣ୍ଟାଇନରେ ରହିବେ । ଯଦି ବସ୍ତି ବାସିନ୍ଦା ହୋଇଥିବେ କିମ୍ବା ହୋମ୍ କ୍ୱାରେଣ୍ଟାଇନ ବ୍ୟବସ୍ଥା ନଥିଲେ ସେମାନେ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ୧୪ ଦିନ ରହିବେ ।

ଏହି ପାଞ୍ଚ ଜିଲ୍ଲା ବ୍ୟତୀତ କଟକ ଜିଲ୍ଲାର ନିଶ୍ଚିତକୋଇଲି, ନରସିଂହପୁର, ମାହାଙ୍ଗା, ବଡ଼ମ୍ବା ଓ ତିଗିରିଆ ବ୍ଲକରୁ କେହି ଆସିଲେ ସେମାନେ ବି କ୍ୱାରେଣ୍ଟାଇନରେ ରହିବେ । ଗତ କିଛି ଦିନ ହେବ କଟକ ମହାନଗର ନିଗମ ଅଞ୍ଚଳରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସହରକୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲଗାଇଛି ସିଏମସି ।

Comments are closed.