ମାଡ୍ରାସ: ତାମିଲନାଡୁର ରାଜଗୋପାଳସ୍ୱାମୀ ମନ୍ଦିରରେ ଥିବା ଗୋଟିଏ ହାତୀ ଏବେ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛି । ଏହି ହାତୀର ନାମ ବବ୍ କଟ ସେଙ୍ଗାମାଲାମ । ହାତୀଟି ଲୋକପ୍ରିୟ ହେବାର ମୁଖ୍ୟ କାରଣ ହେଲା ଏହାର ହେୟାର ଷ୍ଟାଇଲ । ଆଇଏଏସ ସୁଧା ରମଣ ହାତୀର ଫଟୋ ଶେୟାର କରିବା ପରେ ଏହା ଭାଇରାଲ ହୋଇଥିଲା । ଏହାର ମାହୁନ୍ତ ରାଜଗୋପାଳଙ୍କ ମତରେ ହାତୀ ମୋର ନିଜର ସନ୍ତାନ ପରି । ଖାଇବା, ପିଇବାଠାରୁ ଆରମ୍ଭ କରି ଗାଧେଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।
୪୫ ହଜାର ଟଙ୍କାର ସାୱାର ହାତୀର ଗାଧେଇବା ପାଇଁ ଲଗାଯାଇଛି । ଦିନକୁ ୩ ଥର ମୁଁ ସେଙ୍ଗମାଲାମର ଚୁଟି ସଫା କରିଥାଏ ବୋଲି ସେ କହିଛନ୍ତି । ୨୦୦୩ରେ କେରଳରୁ ରାଜଗୋପାଳସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା । ଏବେ ସେ ଆମ ପରିବାର ସଦସ୍ୟ । ଅନ୍ୟ ହାତୀ ପରି ଆମେ ସେଙ୍ଗମାଲାମକୁ ପ୍ରାୟତଃ ବାନ୍ଧି ନ ଥାଏ । ସେ ମନ୍ଦିର ଚାରିପଟେ ମୁକ୍ତ ଭାବେ ବୁଲିଥାଏ ବୋଲୀ ରାଜଗୋପାଳ କହିଛନ୍ତି ।
BREAKING NEWS
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି
- ଭାରତ – ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ମଞ୍ଜୁରୀ
- ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍ନେ
- ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫
- Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

Comments are closed.