Latest Odisha News

BREAKING NEWS

ଆଜି ଅଭିଜିତ ମିତ୍ରଙ୍କୁ ଜେରା କରିବ କୋଣାର୍କ ପୋଲିସ

ଭୁବନେଶ୍ୱର : ଅଭିଜିତ ଆୟାର ମିତ୍ରଙ୍କୁ କୋଣାର୍କ ପୋଲିସ ଆଜି ଜେରା କରୁଛି । ସବ-ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସଡିଜିଏମ୍) କୋର୍ଟ ଅଭିଜିତଙ୍କୁ ୪ ଦିନ ରିମାଣ୍ଡରେ ନେବା ପାଇଁ ପୂର୍ବରୁ କୋଣାର୍କ ପୋଲିସକୁ ଅନୁମତି ଦେଇଥିଲା ।

ଭୁବନେଶ୍ୱର ସହିଦ ନଗର ଥାନା ପୋଲିଜ ଅଭିଜିତଙ୍କୁ ମଙ୍ଗଳବାର ଦିନ ରାତିରେ ଗିରଫ କରିବା ପରେ ଏସଡିଜିଏମ କୋର୍ଟରେ ହାଜର କରାଯାଇଥିଲା । ଅଭିଜିତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇ ତାଙ୍କୁ ବିଚାରଧିନ ହାଜତରେ ୧୪ ଦିନ ପାଇଁ ରଖିବା ପାଇଁ କୋର୍ଟ ଅନୁମତି ଦେଇଥିଲେ ।

ତେବେ କୋଣାର୍କ ଥାନା ପୋଲିସ ଏବଂ ତଦନ୍ତ ଅଫିସର ସଞ୍ଜିବ ପ୍ରଧାନ ଅଭିଜିତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲେ । ଆହୁରି ମଧ୍ୟ ବୁଧବାର ଦିନ କୋର୍ଟ କୋଣାର୍କ ପୋଲିସକୁ ମାତ୍ର ୪ ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋଣାର୍କ ଅଞ୍ଚଳର ବିମ୍ବାଧର ଗୌର ନାମକ ଜନୈକ ବ୍ୟକ୍ତି ସେପ୍ଟେମ୍ବର ୧୯ ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଭାସ୍କର୍ଯ୍ୟ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ କରିଥିବା ନେଇ ଅଭିଜିତଙ୍କ ବିରୋଧରେ ସେ ଏକ ଏତଲା ଦାଏର କରିଥିଲେ ।

Leave A Reply

Your email address will not be published.