Latest Odisha News

BREAKING NEWS

ପରଲୋକରେ ଫିଲ୍ମ ସୋଲେର ‘ସୁରମା ଭୋପାଲି’

ମୁମ୍ବାଇ : ଫିଲ୍ମ ସୋଲେର ‘ସୁରମା ଭୋପାଲି’ ତଥା ବଲିଉଡ୍‌ର ହାସ୍ୟ ଅଭିନେତା ଜଗଦୀପଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ ।

ଫିଲ୍ମ ‘ସୋଲେ’ରେ ତାଙ୍କର ‘ସୁରମା ଭୋପାଲି’ ଚରିତ୍ରରେ ଅଭିନୟକୁ ଦର୍ଶକ ସବୁ ବେଳେ ମନେ ରଖିବେ । ସେ ପ୍ରାୟ ୪୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ୧୯୮୪ ମସିହାରେ ତାଙ୍କ ଅଭିନୀତ ଫିଲ୍ମ ‘ପୁରାନା ମନ୍ଦିର’, ‘ଥ୍ରୀ ଡି ସାମ୍ରୀ’ ଓ ୧୯୯୪ ମସିହାରେ ‘ଅନ୍ଦାଜ ଆପନା ଆପନା’ ବେଶ୍ ହିଟ୍ ହୋଇଥିଲା । ‘ଅନ୍ଦାଜ ଆପନା ଆପନା’ରେ ସେ ଅଭିନେତା ସଲମାନ ଖାନଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ ।

ଜଗଦୀପ ୧୯୩୯ ମସିହା ମାର୍ଚ୍ଚ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପ୍ରକୃତ ନାମ ଇସ୍ତିଆକ ଅହମ୍ମଦ ଥିଲା । ବି. ଆର୍‌. ଚୋପ୍ରାଙ୍କ ଚଳଚ୍ଚିତ୍ର ‘ଅଫସାନା’ରେ ସେ ଶିଶୁ କଳାକାର ଭାବେ ଅଭିନୟ କରି ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଫିଲ୍ମ ‘ବ୍ରହ୍ମଚାରୀ’ରେ ସେ ପ୍ରଥମ ଥର ପାଇଁ କମେଡିଆନ ଭାବେ ଅଭିନୟ କରିଥିଲେ ।

Leave A Reply

Your email address will not be published.