Latest Odisha News

BREAKING NEWS

ଭାରତୀୟ ସେନାର ଯବାନ ନିଜ ଫୋନରୁ ଡିଲିଟ କରିବେ ୮୯ଟି ମୋବାଇଲ୍ ଆପ୍

ନୂଆଦିଲ୍ଲୀ: ଭାରତୀୟ ସେନାରେ କାର୍ଯ୍ୟରତ ଯବାନଙ୍କୁ ନିଜ ନିଜ ସ୍ମାର୍ଟଫୋନରୁ ୮୯ଟି ମୋବାଇଲ୍ ଆପ୍ ଡିଲିଟ କରିବାକୁ ପଡ଼ିବ । ସେସବୁ ଆପ୍ ଭିତରେ ରହିଛି ଫେସବୁକ, ଇନଷ୍ଟାଗ୍ରାମ, ଟ୍ରୁ-କଲର ଓ ଟିକଟକ୍ ଭଳି ଲୋକପ୍ରିୟ ଆପ୍ । ସେସବୁ ଆପର ତାଲିକା ଜାରି କରିଛି ଭାରତୀୟ ସେନା । ଯେଭଳି କୌଣସି ସୂଚନା କୁଆଡେ ଲିକ୍ ନହେବ ସେଥିପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।

ଯବାନଙ୍କ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ନ୍ୟୁଜ୍ ଆପ୍ ଡେଲି ହଣ୍ଟ ଓ ଟିଣ୍ଡର, କାଉଚ୍ ସର୍ଫିଂ ଭଳି ଡେଟିଂ ଆପକୁ ବି ହଟାଇଭାକୁ କୁହାଯାଇଛି । ଏଥିପାଇଁ ୧୫ ଜୁଲାଇ ଯାଏ ରଖାଯାଇଛି ଡେଡଲାଇନ୍ । ଫେସବୁକ, ଇନଷ୍ଟାଗ୍ରାମ୍, ସ୍ନାପ ଚାର୍ଟ, ଓ୍ୱି ଚାର୍ଟ, ପବଜୀ, କ୍ଲବ ଫ୍ୟାକ୍ଟ୍ରି, ନ୍ୟୁଜ ଡଗ୍, ଡେଲୀ ହଣ୍ଟ, କ୍ୟାମ୍ ସ୍କାନର, ଜୁମ୍, ୟୁସି ବ୍ରାଉଜର, ଆଇଏମଓ, ଲାଇକୀ, ବିଉଟି ପ୍ଲସ, ହଙ୍ଗାମା ଭଳି ବହୁ ଲୋକପ୍ରିୟ ମୋବାଇଲ୍ ଆପକୁ ନିଜ ସ୍ମାର୍ଟଫୋନରୁ ହଟାଇବେ ।

ଗଲଓ୍ୱାନ ଘାଟିରେ ଚୀନ ସହ ସଂଘର୍ଷ ପରେ କେନ୍ଦ୍ର ସରକାର ୫୯ଟି ଚାଇନା ଆପକ ଦେଶରେ ବ୍ୟାନ କରିଥିଲେ । ଯେଉଁଥିରେ ଟିକଟକ୍, ସେୟାର ଚାର୍ଟ, ୟୁସି ବ୍ରାଉଜର, ହେଲୋ, ଲାଇକ, କ୍ୟାମ ସ୍କାନର ଭଳି ଲୋକପ୍ରିୟ ଆପ୍ ରହିଥିଲା ।

Leave A Reply

Your email address will not be published.