Latest Odisha News

BREAKING NEWS

ଆଗାମୀ ୭୨ ଘଣ୍ଟାରେ ଉପକୂଳବର୍ତ୍ତୀ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଏକ ଘୂର୍ଣ୍ଣିବଳୟ ଯୋଗୁଁ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁଙ୍କ ସୂଚନାନୁଯାୟୀ ଆସନ୍ତା ୨୭ ଅକ୍ଟୋବରରେ ଚେନ୍ନାଇ ନିକଟବର୍ତ୍ତି ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଓ ଏହା ପରବର୍ତ୍ତି ସମୟରେ ଲଘୁଚାପରେ ପରିଣତ ହେବା ନେଇ ଆଶଙ୍କା କରାଯାଉଛି ।

ତେବେ ଡଃ ସାହୁଙ୍କ କହିବାନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୮ ଅକ୍ଟୋବର ବେଳକୁ ଏହା ଲଘୁଚାପରେ ପରିଣତ ହେବ । ଏହା ଫଳରେ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଅକ୍ଟୋବର ୨୮ ରୁ ୩ଦିନ ଧରି ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା କରାଯାଉଛି ।

ଅନ୍ୟପକ୍ଷରେ ପାଣିପାଗ ଅନୁସନ୍ଧାନରୁ ଜଣାପଡିଛି କୌଣସି ଝଡବାତ୍ୟା ସୂଚନା ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.