Latest Odisha News

BREAKING NEWS

ଜଣେ ଦୁବାଇ ଫେରନ୍ତାଙ୍କୁ ମିଶାଇ କଟକରେ ୧୬ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ମହାନଗର ନିଗମରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ। ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ୧୩ ଜଣ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍ (ଏମ୍ସ, ସମ୍ ଓ ଏସସିବି ହସ୍ପିଟାଲର ଆଇସୋଲେସନ ୱାର୍ଡ), ଦୁଇଟି ସ୍ଥାନୀୟ ମାମଲା (କୋଭିଡ ଯୋଦ୍ଧା) ଏବଂ ଜଣେ ଦୁବାଇ ଫେରନ୍ତା ବ୍ୟକ୍ତି ରହିଛନ୍ତି।

ଉଲ୍ଲେଖଯୋଗ୍ୟ, କଟକ ମହନଗର ନିଗମ ଅଞ୍ଚଳରେ ବର୍ତ୍ତମାନ ୧୯୫ଟି ସକ୍ରିୟ ମାମଲା ରହିଥିବା ବେଳେ ୩୨ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହାବ୍ୟତିତ ୨ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି।

Comments are closed.