ସମ୍ବଲପୁର : ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ଶାସନ ଛକ ନିକଟରେ ଅପହରଣକାରୀମାନେ ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲ ଙ୍କୁ ଅପହରଣ କରି ନେଇଛନ୍ତି ।
ଆଜି ବ୍ୟବସାୟୀ ନରେଶ କାରରେ ତାଙ୍କର ଡ୍ରାଇଭର ସହ ଯାଉଥିବା ବେଳେ ଶାସନ ଛକ ରେ କୌଣସି କାମରେ ଅଟକି ଥିଲେ । ଡ୍ରାଇଭରଙ୍କୁ କିଛି ଆଣିବା ପାଇଁ ପଠାଇଥିବା ବେଳେ ଏହି ଘଟଣା ଘଟିଛି । କାରରେ ସେ ଏକା ବସିଥିବା ବେଳେ କିଛି ଦୁର୍ବୁତ ଆସି ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ । ଏ ନେଇ ଶାସନ ଥାନା ରେ ଅଭିଯୋଗ ହୋଇଛି । ସମ୍ବଲପୁର ଏସପି କନବର ବିଶାଳ ସିଂ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଏହାର ତଦନ୍ତ ପାଇଁ ୫ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି ।
ବ୍ୟବସାୟିକ ଶତ୍ରୁତାରୁ ଏହି ଘଟଣା ଘଟିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ।
Comments are closed.