Latest Odisha News

ମହାନଦୀ ଜଳ ବିବାଦ ମାମଲା, ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ. ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ଭିଡିଓ କନଫରେନ୍ସିଂରେ ଶୁଣାଣି କରିଛନ୍ତି ।

BjdElectrycity

ମହାନଦୀ ସହିତ ଜଡିତ ମୁଖ୍ୟ ପ୍ରସଙ୍ଗ ଗୁଡିକୁ ଚୁଡାନ୍ତ କରିଥିଲେ ଟ୍ରିବ୍ୟୁନାଲ। ୪୦ରୁ ଅଧିକ ପ୍ରସଙ୍ଗ ଚୂଡାନ୍ତ ହୋଇଥିବା ଆଡଭୋକେଟ ଜେନେରାଲ ସୂଚନା ଦେଇଛନ୍ତ ।

ପୂର୍ବରୁ ଓଡ଼ିଶା ପକ୍ଷରୁ ୨୮ ଟି ପ୍ରସଙ୍ଗରେ ବିଚାର କରିବାକୁ ଦାବି କରାଯାଇଥିଲା। ସେହିପରି ଛତିଶଗଡ଼ ପକ୍ଷରୁ ୨୧ଟି ପ୍ରସଙ୍ଗରେ ଶୁଣାଣି ପାଇଁ ଦାବି କରାଯାଇଥିଲା। ମାମଲାର ପରବର୍ତୀ ଶୁଣାଣି ଅଗଷ୍ଟ ୮ରେ ହେବ।

ବାରମ୍ବାର ଆଲୋଚନା ବିଫଳ ହେବାରୁ ପ୍ରସଙ୍ଗ ଚୂଡାନ୍ତ କରିଛନ୍ତି ଟ୍ରିବ୍ୟୁନାଲ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ନଥିପତ୍ର ଆଦାନ ପ୍ରଦାନର ଯାଞ୍ଚ କରିବା ପରେ ପରବର୍ତ୍ତୀ ଶୁଣାଣିରେ ଉଭୟ ପକ୍ଷ ନିଜର ମତ ରଖିବେ।

Leave A Reply

Your email address will not be published.