Latest Odisha News

BREAKING NEWS

ଢ଼େଙ୍କାନାଳକୁ ୮ ଜିଲ୍ଳାର ଲୋକଙ୍କ ପ୍ରବେଶ ମନା

ଢ଼େଙ୍କାନାଳ: କରୋନା ପାଇଁ ଚାରିଆଡେ ବଢ଼ୁଛି କଟକଣା । ଢ଼େଙ୍କାନାଳ ଜିଲ୍ଲାରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୮ ଜିଲ୍ଲାର ଲୋକଙ୍କ ପ୍ରବେଶ ବ୍ୟାନ୍ କରାଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ, ଅନୁଗୁଳ ଆଦି ଜିଲ୍ଲାର ଲୋକଙ୍କୁ ଢ଼େଙ୍କାନାଳ ଆସିବାକୁ ମନା କରାଯାଇଛି । ସଂକ୍ରମଣ ଏଡାଇବାକୁ ଡେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ଲୋକଙ୍କୁ କୋରାପୁଟ ଜିଲ୍ଲାରେ ପ୍ରବେଶ ମନା ହୋଇଛି । ଗଞ୍ଜାମ ସମେତ ୫ ଶହରୁ ଅଧିକ ଆକ୍ରାନ୍ତ ଥିବା ଜିଲ୍ଲାର ଲୋକଙ୍କୁ କୋରାପୁଟ ମନା ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପପକ୍ଷେପ ନିଆଯାଇଥିବା କୋରାପୁଟ ଜିଲ୍ଲାପାଳ ମଧୂସୁଦନ ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.