Latest Odisha News

BREAKING NEWS

ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ: ବୁମରା ଓ ଭୁବନେଶ୍ୱର କୁମାର ଦଳରେ ସାମିଲ

ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅବଶିଷ୍ଟ ୩ଟି ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ଶୁକ୍ରବାର ଦିନ ଭାରତୀୟ ଦଳ ଘୋଷଣା କରାଯାଇଛି ।

ଦୁଇ ଦ୍ରୁତତମ ବୋଲର ଯସପ୍ରିତ ବୁମରା ଓ ଭୁବନେଶ୍ୱର କୁମାରଙ୍କୁ ଦଳରେ ସାମିଲ କରାଯାଇଛି । ବୁଧବାର ବିଶାଖାପାଟଣାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ଟି ଟାଇ ହୋଇଯାଇଥିବାରୁ ଭାରତୀୟ ଦଳର ବୋଲିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିବାକୁ ଏହି ଦୁଇ ଅଭିଜ୍ଞ ବୋଲରଙ୍କୁ ଟିମରେ ସାମିଲ କରାଯାଇଥିବା ବେଳେ ମହମ୍ମଦ ସାମିଙ୍କୁ ଦଳରୁ ବାଦ କରାଯାଇଛି ।

ସୂଚନାଯୋଗ୍ୟ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆସନ୍ତା ୨୭, ୨୯ ଓ ନଭେମ୍ବର ୧ ତାରିଖରେ ଆଉ ବାକିଥିବା ୩ଟି ମ୍ୟାଚ ଖେଳିବ । ଅନ୍ୟପକ୍ଷରେ ଘୋଷିତ ହୋଇଥିବା ଦଳରେ ଅନ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଟିମ୍ ଇଣ୍ଡିଆ:- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଅମ୍ବାତି ରାୟଡୁ, ମହେନ୍ଦ୍ର ସିଂହ ଧୋନୀ, ଶିଖର ଧୱନ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଯୁଜ ବେନ୍ଦର ଚହଲ୍, ଯଶପ୍ରିତ ବୁମରା, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଲୋକେଶ ରାହୁଲ୍, ଉମେଶ ଯାଦବ ଓ ମନୀଷ ପାଣ୍ଡେ ପ୍ରମୁଖ ।

Leave A Reply

Your email address will not be published.