Latest Odisha News

BREAKING NEWS

କଟକ ସହରରେ ବଢ଼ିବନି ସଟ୍‌ଡାଉନ୍‌ ଅବଧି

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟଡାଉନ । ଆଜି ଏହି ସଟଡାଉନ ଅବଧି ସରୁଥିବା ବେଳେ ଏହା ଆଗକୁ ଆଉ ବୃଦ୍ଧି ହେବନାହିଁ ବୋଲି ସୂଚନା ଦେଇଛି କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) ।

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରର ରଖି ଗତ ସୋମବାରଠାରୁ ୨ଟି ପର୍ଯ୍ୟାୟରେ ସଟ୍‌ଡାଉନ୍‌ ଲାଗୁ ହୋଇଥିବା ବେଳେ ଆସନ୍ତା କାଲିଠାରୁ ଏହା ସ୍ବାଭାବିକ ସ୍ଥିତିକୁ ଫେରିବା ନେଇ ସୂଚନା ମିଳିଛି ।

ସଟଡାଉନ ହଟୁଥିବା ବେଳେ କୋଭିଡ କଟକଣା ମାନି ଦୋକାନ ବଜାର ଖୋଲିବା ସହ ସ୍ଥିତି ସାଧାରଣ ହେବା ନେଇ ସିଏମସି ସୂଚନା ଦେଇଛି।

Leave A Reply

Your email address will not be published.