କଟକ: କଟକ ମହାନଗର ନିଗମ ଅଂଚଳରୁ ହଟିଲା ସଟଡାଉନ୍ । ସିଏମସି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆସନ୍ତାକାଲିଠାରୁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲିପାରିବ । ତେବେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଔଷଧ ଦୋକାନକୁ କଟକଣାରୁ ବାଦ ଦିଆଯାଇଛି ।
୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିପାରିବ ସରକାରୀ ଅଫିସ । ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସି ଏବଂ ଟେଲିକମ୍ ସେବା , କୋଭିଡ ଗାଇଡଲାଇନ୍ ମାନି ଚାଲିପାରିବ । ରେଷ୍ଟୁରାଂଟ ଓ ହୋଟେଲ ଖାଦ୍ୟ ତିଆରି କରି ପାର୍ସଲ ଦେଇପାରିବେ । ସେହିପରି ସାମାଜିକ ଦୂରତା ନିୟମ ପାଳନ କରି ସପିଂ ମଲ ମଧ୍ୟ ଆସନ୍ତାକାଲିଠାରୁ ଖୋଲାଯାଇପାରିବ ବୋଲି ସିଏମସି ସୂଚନା ଦେଇଛି ।
ସେପଟେ କଟକର ରାଣିହାଟ ମାଳିସାହିରୁ ହଟିଲା କଂଟେନମେଂଟ୍ ଜୋନ୍ । ସଂପୃକ୍ତ ଅଂଚଳରେ ଜୁଲାଇ ୪ ତାରିଖରୁ ପ୍ରଶାସନ କଟକଣା ଜାରି କରିଥିଲା । ୧୩ କରୋନା କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପଦକ୍ଷେପ ନେଇଥିଲା ।
Comments are closed.