ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏହାର ୮୧ ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ୍ ଜୋନ ଅଧିନରେ ରହିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ମୋଟ୍ ୩୦୫୩ଟି ଗ୍ରାମ ମଧ୍ୟରୁ ୨୪୮୨ଟି ସବୁଜ ଜୋନ୍ ଏବଂ ୫୭୧ଟି ରେଡ୍ ଜୋନ୍ ଅନ୍ତର୍ଗତ।
ଏହି ପ୍ରସଙ୍ଗରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସନ୍ତୋଷ ବ୍ୟକ୍ତ କରିବା ସହ ଗଞ୍ଜାମ ବ୍ଲକ ବିକାଶ ଅଧିକାରୀ (ବିଡିଏ) ଏବଂ ସେମାନଙ୍କ ଦଳକୁ ସମସ୍ତ ଶ୍ରେୟ ଦେଇଛନ୍ତି।
ଅଧିକ ପଢନ୍ତୁ- ଓଡ଼ିଶାରେ ଆଉ ୬୧୬ କରୋନା ପଜିଟିଭ ଚିହ୍ନଟ; ଗଞ୍ଜାମରେ ସର୍ବାଧିକ
ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ “ଗତ ଏକ ସପ୍ତାହ ହେବ ପରିସ୍ଥିତିରେ ସୁଧାର ଆସୁଛି ଏବଂ ଏହା ବ୍ଲକ ସ୍ତରରେ ଅକ୍ଲାନ୍ତ ପରିଶ୍ରମ କରୁଥିବା ଟିମ୍ ଯୋଗୁଁ ହୋଇପାରିଛି”।
Comments are closed.