ବାଲେଶ୍ୱର: ପ୍ରେମ ପାଇଁ ଦିଲ୍ଲୀରୁ ଆସିଲେ ପଲ୍ଲୀ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ । କଥା ଦେଇ ରଖିଲେନି କଥା । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଗଡପଦା ପଂଚାୟତ ଶାସନ ଗାଁରେ ।
ଅଭିଯୋଗ ଅନୁସାରେ, ପ୍ରେମିକ ବିଶ୍ୱଜିତ ବିଶ୍ୱାଳଙ୍କ ଘର ରୁପ୍ସା ଥାନା ଓଡିଆ ଶାସନ ହୋଇଥିବାବେଳେ ପ୍ରେମିକାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ଅଂଚଳରେ । ଉଭୟ ଦିଲ୍ଲୀରେ ନୋଇଡା ଅଂଚଳର ଏକ ଲୁଗା କମ୍ପାନୀରେ କାମ କରୁଥିଲେ । ଉଭୟ ଦିଲ୍ଲୀରେ ରହିବା ସମୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା ।
ତେବେ ଗତ କିଛିଦିନ ତଳେ ବିଶ୍ୱଜିତ ଘରକୁ ଆସି ଫେରିନଥିଲେ କି ସଂପୃକ୍ତ ଝିଅକୁ ଫୋନ କରିନଥିଲେ । ଏପଟେ ପରିବାର ଲୋକଙ୍କ ପସନ୍ଦରେ ଅନ୍ୟ ଜଣେ ଝିଅ ସହିତ ବିଶ୍ୱଜିତଙ୍କ ବାହାଘର ହେଉଥିବା ଖବର ପାଇ ସଂପୃକ୍ତ ଝିଅ ଦିଲ୍ଲୀରୁ ବାଲେଶ୍ୱର ଆସି ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଏ ନେଇ ପୁଲିସରେ ବି ଅଭିଯୋଗ ହୋଇଛି । ସ୍ଥାନୀୟ ପୁଲିସ , ସଂରପଚ ଯୁବକଙ୍କୁ ବୁଝାଇଥିବାବେଳେ କିଛି ସୁଫଳ ମିଳିନାହିଁ । ବିବାହ ସ୍ଥଗିତ ରହିଛି । ଘଟଣାସ୍ଥଳରୁ ପ୍ରେମିକ ବିଶ୍ୱଜିତ ବି ଫେରାର ହୋଇଯାଇଛନ୍ତି ।
Comments are closed.