Latest Odisha News

ନବ ନିର୍ମାଣ କୃଷକ ସଂଗଠନ କର୍ମୀ ପୋଲିସ ଦ୍ୱାରା ଅଟକ

ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଂଗଠନରେ ସାମିଲ ହେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଚାଷୀଙ୍କୁ ଆଜି ପୋଲିସ ଅନେକ ସ୍ଥାନରେ ଅଟକ ରଖିଛି ।

ସୁତ୍ରରୁ ପ୍ରକାଶ ଯେ ଆଜି ପୋଲିସ କେନ୍ଦୁଝର ରେଲୱେ ଷ୍ଟେସନରେ ଶହଶହ ସଂଖ୍ୟାରେ କର୍ମକର୍ତ୍ତାଙ୍କୁ ଅଟକ ରଖିଥିବା ନେଇ ଅଭିଯୋଗ ହୋଇଛି ।

ଏପରିକି କଟକ ଜିଲ୍ଲାର ଏନକେଏସଏସର ସଂଯୋଜକ ସୁଭାଷ ପଣ୍ଡାଙ୍କୁ ମଧ୍ୟ ପୋଲିସ ଉଠାଇନେଇ ଯାଇଥିବା ଅଭିଯୋଗ ହୋଇଛି ।

ଏହାବ୍ୟତିତ ପୋଲିସ ଗତକାଲି ରାତିରେ କୁଆ ଖାଇ, ଖୋର୍ଦ୍ଧା ଓ ବାଲୁଗାଁ ନିକଟରେ ନିକଟରେ ପଦଯାତ୍ରାରେ ସାମିଲ ହେବାକୁ ଆସୁଥିବା ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖିଥିଲା । ଏପରିକି ପୋଲିସ ସେମାନଙ୍କର ବାସନକୁସନ ମଧ୍ୟ ଉଠାଇନେଇଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ଏନକେଏସଏସ ରାଜ୍ୟ ସଂଯୋଜକ ତଥା ଆବାହକ ଅକ୍ଷୟ କୁମାର କହିଛନ୍ତି ଗତକାଲି ରାତି ଠାରୁ ପୋଲିସ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିବାରେ ଲାଗିଛି, ସେ ଆହୁରି ମଧ୍ୟ କହିଛନ୍ତି ଏବେକାର ସରକାର ବିଷୟରେ କିଛି ବି କହିଲେ ସାଙ୍ଗେସାଙ୍ଗେ କାର୍ଯ୍ୟାନୁଷ୍ଠାନ କରାଯାଉଛି ।

Comments are closed.