Latest Odisha News

BREAKING NEWS

କୋଭିଡ-୧୯ ନିୟମ ଉଲ୍ଲଂଘନ ଅଭିଯୋଗ; ଔଷଧ ଦୋକାନ ସିଲ୍

ଭୁବନେଶ୍ୱର: ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସହରର କିଛି ପ୍ରମୁଖ ଔଷଧ ଦୋକାନକୁ ସିଲ୍ କରିଛି।

ବିଏମସିର ସୂଚନାଅନୁଯାୟୀ, ଶୁକ୍ରବାର ଦିନ ଗ୍ରାହକଙ୍କ ଭିଡ ଦେଖାଯାଇଥିବା ବେଳେ ଦୋକାନଗୁଡିକ କୋଭିଡ-୧୯ ନିୟମ ଉଲ୍ଲଂଘନ କରିଥିବା ଜଣାପଡିଥିଲା ।

ରାଜ୍ୟ ସରକାର ଜୁଲାଇ ୩୧ ଯାଏଁ ଏହି ଲକଡାଉନ୍ ଅବଧିକୁ ବଢାଇଥିବା ବେଳେ ଲୋକମାନେ ସାମାଜିକ ଦୂରତା ଉଲ୍ଲଂଘନ ସହିତ ଦୋକାନ ଗୁଡିକରେ ଭିଡ କରୁଥିବା ଦେଖିବାକୁ ମିଳିଥିଲା।

ବିଏମସି ଅଧିକାରୀଙ୍କ କହିବାନୁଯାୟୀ “ଆଇପିସିର ଧାରା ୧୮୮ର ଏପିଡେମିକ୍ ରୋଗ ଅଧିନିୟମ, ୧୮୯୭, ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଏବଂ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ କୋଭିଡ-୧୯ ପରିଚାଳନା ନିମନ୍ତେ ଜାରି ଲକଡାଉନ୍ ପଦକ୍ଷେପ ଏବଂ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି ଦୋକାନଗୁଡିକ ବନ୍ଦ କରାଯାଇଛି।

Comments are closed.