Latest Odisha News

ସାତକୋଶିଆର ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନକୁ ସ୍ଥାନାନ୍ତରିତ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର : ବହୁ ବାଦବିବାଦ ପରେ ଓଡିଶା ସରକାର ସାତକୋଶିଆ ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ବିଶେଷଜ୍ଞ ଦଳ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କଲାପରେ ତାକୁ ପ୍ରଥମେ ସାତକୋଶିଆରେ ଥିôବା ଏନକ୍ଲୋଜର ମଧ୍ୟରେ ରଖାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଏଥିସହିତ ଅଭୟାରଣ୍ୟରେ ବାଘୁଣୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା କଥା ସେ ପ୍ରକାଶ କରିଛନ୍ତି ।

ଯଦି ଏନଟିସିଏ ଏହା ବିରୋଧରେ କିଛି ନିଷ୍ପତ୍ତି ନିଅନ୍ତି ତେବେ ରାଜ୍ୟ ସରକାର କି ପଦକ୍ଷେପ ନେନେ ଗଣମାଧ୍ୟମର ଏହି ପ୍ରଶ୍ନରେ ସେ କହିଲେ ବାଘୁଣୀଟିକୁ ମଧ୍ୟପ୍ରଦେଶର ବାନ୍ଧବଗଡ ନ୍ୟାସନାଲ ପାର୍କରୁ ଅଣାଯାଇଥିଲା ଏବଂ ସେଠାକୁ ପଠାଇ ଦିଆଯିବ । “କିନ୍ତୁ ଏ ସମ୍ପର୍କରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆଯାଇନାହିଁ ” ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ପିସିସିଏଫ ସନ୍ଦୀପ ତ୍ରିପାଠୀ କହିଛନ୍ତି ଏହି ବାଘୁଣୀଟି ଅଭୟାରଣ୍ୟ ବାହାରକୁ ଚାଲିଯାଇଛି ଏବଂ ନିକଟସ୍ଥ ଆସନବାହାଲ ଗ୍ରାମ ପାଖାପାଖି ଥିବା ନେଇ ଅନୁମାନ କରାଯାଉଛି ।

ଆହୁରି ମଧ୍ୟ ବାଘର ଗତିବିଧିକୁ ଟ୍ରାକ କରିବା ପାଇଁ ମଧ୍ୟପ୍ରଦେଶସ୍ଥିତ କାହ୍ନା ନ୍ୟାସନାଲ ପାର୍କ ଏବଂ ପେଞ୍ଚ ଟାଇଗର ରିଜର୍ଭରୁ ଦୁଇଟି ବିଶେଷଜ୍ଞ ଟିମ୍ ଆସି କାର୍ଯ୍ୟରେ ଲାଗିଛନ୍ତି ।

Leave A Reply

Your email address will not be published.