Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍: କାହିଁକି ଝାଡଖଣ୍ଡରେ ଉଠିଥିଲା ପାକିସ୍ତାନ ଓ ବଙ୍ଗଳାଦେଶକୁ ନେଇ ଝଡ ?

ଭୁବନେଶ୍ୱର: ଆମେ ରହୁଛନ୍ତି ଭାରତରେ ହେଲେ ଶିଖିବା ପାକିସ୍ତାନୀ ଓ ବଙ୍ଗଳାଦେଶୀ ଜାତୀୟ ସଙ୍ଗୀତ ! କଥାଟା ଅଖାଡୁଆ ଲାଗୁଥିଲେ ବି କିଛି ଏପରି ଘଟଣା ଘଟିଛି ଝାଡଖଣ୍ଡରେ । ଏ ଘଟଣାଟା କେତେଦୂର ସତ । ଆସନ୍ତୁ ଜାଣିବା ଆଜିର ଭାଇରାଲ୍ ପୋଷ୍ଟମୋର୍ଟମ୍‌ରେ ।

ଏହି ସମସ୍ତ  ଖବର କାଗଜ ଉପରେ ଟିକେ ନଜର ପକାନ୍ତୁ । ଝାଡଖଣ୍ଡର ଘାଟସିଲା ସହରରେ ଥିବା ସନ୍ଥ ନନ୍ଦଲାଲ ସ୍ମୃତି ବିଦ୍ୟା ମନ୍ଦିର ସ୍କୁଲର ଏଲକେଜି ଓ ୟୁକେଜି ଛାତ୍ରଛାତ୍ରୀଙ୍କୁ ହୋମ୍‌ୱାର୍କ ମିଳିଥିଲା ପାକିସ୍ତାନୀ ଓ ବଙ୍ଗଳାଦେଶୀ ଜାତୀୟ ସଙ୍ଗୀତ ଶିକ୍ଷା କରିବା ପାଇଁ । ଏହି ଖବରଟି ଭାଇରାଲ ହେବା ପରେ ସୋସିଆଲ୍  ମିଡିଆରେ ଧାରଣ କରିଥିଲା ସାମ୍ପ୍ରଦାୟୀକ ରଙ୍ଗ ।

ତେବେ ସତରେ କ’ଣ ଏକ ଭାରତୀୟ ସ୍କୁଲ ପାକିସ୍ତାନୀ ଓ ବଙ୍ଗଳାଦେଶୀ ଜାତୀୟ ସଙ୍ଗୀତ ଶିକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲା ? ନା ଏହି ଖବର ଏକ ମିଥ୍ୟା ଗୁଜବ ମାତ୍ର ।

ବହୁ ଛାନ୍‌ଭିନ୍ କରିବା ପରେ ଜଣାପଡିଥିଲା ଏହି ଖବରଟି ସତ । ଜୁଲାଇ ୧୨ରେ ହିନ୍ଦୁସ୍ତାନ ଟାଇମ୍ସ ଏହି ଖବରର ସତ୍ୟତା ଉପରେ ଆଲୋକପାତ କରିଥିଲା । ଜୁଲାଇ ୭ ଓ ୮ରେ ଶିକ୍ଷୟତ୍ରୀ ଶୈଳ ପରବୀନ ସ୍କୁଲ ହ୍ୱାଟ୍ସଆପ୍ ଗ୍ରୁପରେ ଏପରି ଅଜବ ହୋମୱାର୍କ ଦେବା ସହ ଲିରିକ୍ସ ଓ ୟୁଟ୍ୟୁବ୍ ଲିଙ୍କ୍ ବି ଦେଇଥିଲେ । ତେବେ ଅଭିଭାବକ ଏହାକୁ ବିରୋଧ କରିଥିଲେ । ଯାହା ଫଳରେ ସ୍କୁଲର ମ୍ୟାନେଜମେଣ୍ଟ ଏପରି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥଲେ । ଏ ନେଇ ପ୍ରିନ୍ସିପାଲ ସଂଜୟ ମଲ୍ଲିକ କ୍ଷମା ବି ମାଗିଥିଲେ

କାହିଁକି ଏପରି ହୋମୱାର୍କ ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା ?

ସ୍କୁଲ ପ୍ରିନ୍ସିପାଲଙ୍କ ଅନୁଯାୟୀ ବ୍ରିଟିଶ କାଉନ୍ସିଲ୍ ଅଧିନରେ ଏକ ପ୍ରୋଜେକ୍ଟ ଇଣ୍ଟରନ୍ୟାସନାଲ ସ୍କୁଲ ଆୱାର୍ଡସରେ ଏପରି ନିର୍ଦ୍ଦେଶ ରହିଥିଲା । ଏହି ପ୍ରୋଜେକ୍ଟ ଅଧିନରେ ଛାତ୍ରଛାତ୍ରୀଙ୍କୁ ପଡୋଶୀ ଦେଶର ଜାତୀୟ ସଙ୍ଗୀତ, ପକ୍ଷୀ, ପତାକା,ପ୍ରତୀକ ଓ  ପଶୁ ବିଷୟରେ ଜ୍ଞାନ ଆହରଣ କରିବାକୁ ଯୋଜନା ରହିଥିଲା ।

ସଂଜୟ ମଲ୍ଲିକ
ସଂଜୟ ମଲ୍ଲିକ

ଏହି ଘଟଣାକୁ ନେଇ ରାଜନୈତିକ ଦଳ ଟୁଇଟ୍ ଜରିଆରେ ଆପତ୍ତି ଉଠାଇବା ପରେ ପ୍ରିନ୍ସିପାଲ ସଂଜୟ ମଲ୍ଲିକ ନିଜ ସଫେଇ ରଖିଥିଲେ । ହେଲେ ଘଟଣାର ଜଟିଳତାକୁ ପରଖି ସଂଜୟ ମଲ୍ଲିକଙ୍କୁ ସ୍କୁଲ ପ୍ରଶାସନ ଜୁଲାଇ ୧୩ରେ ନିଲମ୍ବିତ କରିଥିଲା ।

ଘଟଣାଟି ସତ ପ୍ରମାଣିତ ହୋଇଥିଲେ ବି କୌଣସି ପ୍ରୋଜେକ୍ଟ ହେଉନା କାହିଁକି ବଙ୍ଗଳାଦେଶୀ ଓ ପାକିସ୍ତାନୀ ଜାତୀୟ ସଙ୍ଗୀତ ଶିକ୍ଷା କରିବା ଭାରତୀୟଙ୍କଙ୍କ ମନରେ ଆକ୍ରୋଶ ସୃଷ୍ଟି କରିଥିଲା ।

Leave A Reply

Your email address will not be published.