Latest Odisha News

BREAKING NEWS

ଲୋକାର୍ପିତ ହେଲା ‘ନୀତିଶାସ୍ତ୍ର – ତତ୍ତ୍ୱ ଓ ପ୍ରୟୋଗ’ ପୁସ୍ତକ

ଭୁବନେଶ୍ୱର: ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ତରଫରୁ ବିଭାଗୀୟ ମୁଖ୍ୟ ଡଃ ହରିଶ୍ଚନ୍ଦ୍ର ସାହୁଙ୍କର ସଙ୍କଳିତ ‘ନୀତିଶାସ୍ତ୍ର : ତତ୍ତ୍ୱ ଓ ପ୍ରୟୋଗ’ ଶୀର୍ଷକ ପୁସ୍ତକର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ପୁସ୍ତକରେ ନୀତିଶାସ୍ତ୍ରର ଅଂଶବିଶେଷ ପ୍ରୟୋଗାତ୍ମକ ତର୍କଶାସ୍ତ୍ର, ଭାରତୀୟ ନୀତିଶାସ୍ତ୍ର, ଭଗବତ୍ ଗୀତା, ପୁରୁଷାର୍ଥ, ବୌଦ୍ଧ ଓ ଜୈନ ଦର୍ଶନରେ ନୈତିକ ଅନୁଶାସନ ଭଳି ବିଷୟଗୁଡ଼ିକ ସଙ୍କଳନ କରାଯାଇଅଛି ।

କଲେଜର ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ମହାନ୍ତି ଉନ୍ମୋଚନ ଉତ୍ସବରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଉକ୍ରଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଅଶୋକ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ତ୍ରିପୁରା ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅତ୍ୟାଧୁନିକ ଯୁଗରେ ନୀତିଶାସ୍ତ୍ରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ଏହି ଉନ୍ମୋଚନ ଉତ୍ସବରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପରିଶେଷରେ ବିଜେବି କଲେଜର ଦର୍ଶନଶାସ୍ତ୍ର ବିଭାଗର ଅତିଥି ଅଧ୍ୟାପକ ପଦ୍ୟୁମ୍ନ କୁମାର ବେଉରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.