ନୂଆଦିଲ୍ଲୀ: ଜୁନରେ ଦେଶର ରାଜଧାନୀରେ ଟେନସନ୍ ବଢାଇଥିଲା କରୋନା କେସ୍ । ଜୁଲାଇ ଶେଷ ଆଡକୁ ଟିକେ ଆଶ୍ୱସ୍ତି ଆସିଲା ଭଳି ଲାଗୁଛି । ଚଳିତ ସପ୍ତାହରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦିଲ୍ଲାରେ ଲକ୍ଷେ ୨୩ ହଜାର ଲୋକ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଲକ୍ଷେ ଲୋକ ସୁସ୍ଥ ହୋଇ ସାରିଲେଣି ।
ପଜିଟିଭ୍ ରେସ୍ ୭ ପ୍ରତିଶତକୁ ହ୍ରାସ
ଦିଲ୍ଲାରେ ଖସୁଛି ପଜିଟିଭ ରେଟ୍ ହାର । ମାତ୍ର ୧୫ ହଜାର ଆକ୍ଟିଭ୍ କେସ୍ ରହିଛି । ସୁସ୍ଥତା ହାର ପାଖାପାଖି ୮୪ ପ୍ରତିଶତ । ଦିଲ୍ଲୀର ସରକାରୀ ହସ୍ପିଟାଲରେ ୭୭ ପ୍ରତିଶତ ବେଡ୍ ଖାଲି ରହିଛି । ଜୁନ୍ ମାସରେ ପଜିଟିଭ୍ ରେଟ୍ ଚିନ୍ତାଜନକ ଥିଲା । ଜୁନ୍ ୮-୧୪ ଭିତରେ ପଜିଟିଭ୍ ରେଟ୍ ଥିଲା ୩୨ ପ୍ରତିଶତ । ଚଳିତ ସପ୍ତାହରେ ୭ ପ୍ରତିଶତକୁ ଖସିଛି ।
୪୯ ଦିନ ପରେ ହଜାରେରୁ କମ୍ କେସ୍
ଦିଲ୍ଲାରେ କରୋନା ଚେନ୍ ଭାଙ୍ଗିବା ପାଇଁ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିଲା । ଦୈନିକ ୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଏବେ ସ୍ଥିତିରେ ସୁଧାର ଆସିଛି । ଗତ ୨୪ ଘଣ୍ଟାରେ ବାହାରିଛି ୯୫୪ ପଜିଟିଭ୍ କେସ୍ । ୪୯ ଦିନ ପରେ ଦିଲ୍ଲୀରେ ଗୋଟିଏ ଦିନରେ ହଜାରେରୁ କମ୍ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।
୭୭ ପ୍ରତିଶତ ବେଡ୍ ଖାଲି
ଦେଶରେ ସବୁଠୁ ଅଧିକ କୋଭିଡ୍ ଟେଷ୍ଟ ଏବେ ଦିଲ୍ଲୀରେ ହେଉଛି । ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଆରୋଗ୍ୟ ହେଲେଣି ୮୪ ପ୍ରତିଶତ କରୋନା ଆକ୍ରାନ୍ତ । ସେହିପରି କୋଭିଡ୍ ହସ୍ପିଟାଲରେ ବେଡ୍ ଖାଲି ପଡ଼ିଲାଣି । ପ୍ରଥମେ ପ୍ରଥମେ ଦିଲ୍ଲୀରେ ବେଡ୍ ସଂଖ୍ୟା ନିଅଣ୍ଟିଆ ହେଉଥିଲା । ସରକାରୀ ହସ୍ପିଟାଲରେ ବେଡ୍ ସଂଖ୍ୟାକୁ ୧୧ ହଜାର ୮୭୪କୁ ବୃଦ୍ଧି କରାଯାଇଥିଲା । ଏବେ ୭୭ ପ୍ରତିଶତ ବେଡ୍ ଖାଲି ଅଛି ।
BREAKING NEWS
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ

Comments are closed.