Latest Odisha News

BREAKING NEWS

ଆସାମରେ ଭୟଙ୍କର ବନ୍ୟା: ସହାୟତାର ହାତ ବଢ଼ାଇଲା ଜାତିସଂଘ

ଆସାମ: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି । ଏପର୍ଯ୍ୟନ୍ତ କମିବାର ନାଁ ନେଉନାହିଁ । ସେଠାକାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ବନ୍ୟା ଦ୍ୱାରା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିସହ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ଆସାମରେ ଭାରତ ସରକାରଙ୍କୁ ସହାୟତା କରିବାକୁ ମିଳିତ ଜାତିସଂଘ ଆଗକୁ ଆସିଛି ।

ଯୁଗ୍ମ ସଚିବଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୌସୁମୀ ବର୍ଷା ଯୋଗୁଁ ଉତ୍ତର-ପୂର୍ବ ଭାରତ ଆସାମ ଏବଂ ପଡୋଶୀ ନେପାଳ ପ୍ରବଳ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଯଦି ଆବଶ୍ୟକ ହୁଏ ତେବେ ମିଳିତ ଜାତିସଂଘ ଭାରତକୁ ସମର୍ଥନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହା ସହିତ ସେ କହିଛନ୍ତି ଯେ ନେପାଳର କର୍ତ୍ତୃପକ୍ଷ ବନ୍ୟା ପରିସ୍ଥିତି ହେତୁ ନଦୀ କୂଳରେ ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରିଛନ୍ତି।

Comments are closed.