Latest Odisha News

BREAKING NEWS

ଝାରସୁଗୁଡ଼ା ବିମାନ ବନ୍ଦରରେ ଉଡ଼ାଣ ଯୋଜନା ଜାରି ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

ଭୁବନେଶ୍ୱର: ଝାରସୁଗୁଡ଼ା ବିମାନ ବନ୍ଦରରେ ଅନିଶ୍ଚିତତା ଲକ୍ଷ୍ୟ କରି ନୂତନ ଭାବେ ଉଦଘାଟିତ ହୋଇଥିବା ଏହି ବିମାନବନ୍ଦରରେ ଉଡ଼ାଣ ଯୋଜନା ଜାରି ରଖିବାକୁ ମଙ୍ଗଳବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି ।

ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାଠାରେ ନୂତନ ବିମାନ ବନ୍ଦର ଉଦଘାଟନ କରିବା ସମୟରେ ପଶ୍ଚିମ ଓଡ଼ିଶାର ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏନେଇ କେନ୍ଦ୍ର ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରିନଥିବା କଥା ମୁଖ୍ୟମନ୍ତ୍ରୀ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

ଝାରସୁଗୁଡ଼ାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ସେପ୍ଟେମ୍ବର ୨୨ ତାରିଖରେ ଉତ୍ସର୍ଗ କରିବା ସହିତ (ୟୁଡ଼ିଏଏନ) ଉଡ଼ାଣର ଚଳାଚଳ ଆରମ୍ଭ କରିଥିଲେ ।

“ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛି କି, ଝାରସୁଗୁଡ଼ା ବିମାନ ବନ୍ଦରରେ ଅକ୍ଟୋବର ୬ ତାରିଖରୁ ସେପରି କିଛି ବିଶେଷ କାରଣ ନ’ଦର୍ଶାଇ ହଠାତ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି । ଏହା ପଶ୍ଚିମଓଡ଼ିଶାର ଜନସାଧାରଣଙ୍କ ଭାବନାକୁ କଷ୍ଟ ପହଞ୍ଚାଇଛି,” ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ତାଙ୍କ ଚିଠିରେ ମଧ୍ୟ ଉଲ୍ଲେଖ କରିଛନ୍ତି, ବେସାମରିକ ବିମାନ ଚଳାଚଳ ଏହି ବିମାନ ବନ୍ଦରରେ ଉଡ଼ାଣ କରୁ । ଏହି ନବନିର୍ମିତ ବିମାନବନ୍ଦରରେ ମଧ୍ୟ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.