Latest Odisha News

BREAKING NEWS

ସଂକ୍ରମଣ ଭୟ: ୨ ଜିଲ୍ଲାରେ ସିଲ ହେଲା ବିଭିନ୍ନ ଘରୋଇ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ରାଜ୍ୟରୁ ଚିହ୍ନଟ ହେଉଛନ୍ତି ଶହ ଶହ ଆକ୍ରାନ୍ତ। ପ୍ରତ୍ୟେକ ଦିନ ପ୍ରାୟ ବିଭିନ୍ନ ନର୍ସିଂହୋମ ଓ ଘରୋଇ ହସ୍ପିଟାଲରୁ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନେକ ନର୍ସିଂହୋମ ଓ ମେଡ଼ିକାଲକୁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି ।

ତେବେ ବୁଧବାର ଜଗତସିଂହପୁର ଏକ ନର୍ସିଂହୋମ ଓ ଘରୋଇ ହସ୍ପିଟାଲରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ନର୍ସିଂହୋମ ଓ ଘରୋଇ ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି।

ଅନ୍ୟପଟେ ସମ୍ବଲପୁର ସହରରେ ଥିବା ଏକ ଘରୋଇ ନର୍ସିଂହୋମରୁ ମଧ୍ୟ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଉକ୍ତ ନର୍ସିଂହୋମକୁ ମଧ୍ୟ ସିଲ କରାଯାଇଛି। ଭସହ ପଜିଟିଭ ଚିହ୍ନଟ ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.