ଭୁବନେଶ୍ୱର : ଜୁଲାଇରେ ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ସ୍ତର ଛୁଇଁଛି । ପ୍ରଥମେ ଚାରି ଶହ, ପରେ ପାଞ୍ଚ ଶହ, ତାପରେ ଗୋଟିଏ ଦିନରେ ସାତ ଶହ ପଜିଟିଭ୍ କେସ୍ ଆଶୁଥିଲା । ଗତ ଦୁଇ ଦିନ ହେବ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ହଜାରେ ଟପିଗଲା । ୨୧ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସର୍ବାଧିକ ୧୨୬୪ ପଜିଟିଭ୍ କେସ୍ ବାହାରିଛି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବକାଳୀନ ରେକର୍ଡ ।
୨୨ ଦିନରେ ୧୩ ହଜାରରୁ ଅଧିକ ପଜିଟିଭ୍
ଜୁଲାଇରେ କରୋନା ମାରିଛି ଲମ୍ବା ଲମ୍ଫ । ନାଲି ଆଖି ଦେଖାଇଛି । ମାଡ଼ି ମାଡ଼ି ଚାଲିଛି । ସଂଖ୍ୟା ଦେଖିଲେ ସାଧାରଣ ଲୋକ ଛାନିଆ । ବର୍ତ୍ତମାନ ସୁଦ୍ଧା ଜୁଲାଇରେ କେବଳ ଚିହ୍ନଟ ହୋଇଛନ୍ତି ୧୩ ହଜାର ୫୫୪ ଭୂତାଣୁ ସଂକ୍ରମିତ । ଦୈନିକ ହାରାହାରି ବାହାରୁଛନ୍ତି ୧୧୬ ନୂଆ ପଜିଟିଭ୍ । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ୬୪ ପ୍ରତିଶତ କେବଳ ଗତ ୨୨ ଦିନ ଭିତରେ ବାହାରିଛନ୍ତି ।
ଚାରି ମାସରେ ଯେତିକି, ଗୋଟିଏ ମାସରେ ପାଖାପାଖି ଡବଲ୍
ମାର୍ଚ୍ଚ ୧୬ ତାରିଖରେ ରାଜ୍ୟରୁ ବାହାରିଥିଲା ପ୍ରଥମ କରୋନା ପଜିଟିଭ୍ କେସ୍ । ଜୁନ୍ ୩୦ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଥିଲେ ୭ ହଜାର ୩୧୬ । ଜୁଲାଇ ପହିଲାରେ ଏହି ସଂଖ୍ୟା ଥିଲା ୭ ହଜାର ୫୪୫ । ତାପରଠୁ ଦ୍ରୁତ ଗତିରେ ବଢ଼ିଛି ସଂକ୍ରମଣ । ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଯାଜପୁର ଓ ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ।
୧୭ ଦିନରେ ୧୧ ହଜାର ସଂକ୍ରମିତ
ଜୁଲାଇ ମାସରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ମୋଟ୍ ୧୩ ହଜାର ୫୫୪ । କିନ୍ତୁ ଗତ ୧୭ ଦିନରେ ୧୦ ହଜାରରୁ ଅଧିକ ପଜିଟିଭ୍ କେସ ସାମନାକୁ ଆସିଛି । ଜୁଲାଇ ୬ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୦ ହଜାର ୯୭ । ଆଜି ସୁଦ୍ଧା ସଂଖ୍ୟା ୨୧ ହଜାର ଡେଇଁ ଯାଇଛି । ଗତ ୧୭ ଦିନ ଭିତରେ ଚିହ୍ନଟ ହୋଇଛନ୍ତି ୧୧ ହଜାର ନୂଆ ଆକ୍ରାନ୍ତ । ଯାହାକି ରାଜ୍ୟ ପାଇଁ ଟେନସନ୍ ।
ଜିଲ୍ଲାଓ୍ୱାରୀ ପଜିଟିଭ୍ କେସ୍
ବର୍ତ୍ତମାନ ୪ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଥିବା ବେଳେ ପାଞ୍ଚ ଶହରୁ ହଜାରେ ଭିତରେ ରହିଛି ଚାରିଟି ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ଦଶଟି ଜିଲ୍ଲାରେ ତିନି ଶହରୁ ପାଞ୍ଚ ଶହ ଭିତରେ ରହିଛି ପଜିଟିଭ୍ କେସ୍ । ୯ଟି ଜିଲ୍ଲାରେ ଶହେରୁ ତିନି ଶହ ଭିତରେ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଶହେ ଭିତରେ ୩ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ ।
BREAKING NEWS
- କୋହଲିଙ୍କୁ ଭଲ ମନ୍ଦ କରି କହିଲେ ଗାଭାସ୍କର
- ଆସନ୍ତା ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ
- ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ
- ବ୍ରିଟିଶ ନାଗରିକ ଆକ୍ଷେପ କରି ରାହୁଲଙ୍କ ନାମାଙ୍କନ ପତ୍ର ରଦ୍ଦ ଦାବି
- ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ; ରାମଲଲାଙ୍କୁ କରିବେ ଦର୍ଶନ
- ମସଲା କିଣିଲା ବେଳେ ହୋଇଯାଆନ୍ତୁ ସାବଧାନ, ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ସିନ୍ଥେଟିକ୍ ରଙ୍ଗ
- ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ୧୦ ତାରିଖରେ ପଡିବ ଭୋଟ
- ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ
- ଆଜି ନିଟ୍-ୟୁଜି ପରୀକ୍ଷା: ଦେଶର ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର
- କବିତା ନିରଂତର : ଏକଦା ପଠିତ, ଏବେ ଅପଠିତ